jayashree

ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ : କିଛି ସମୟ ପରେ ପହଞ୍ଚିବ ମର ଶରୀର

ଟିଟିଲାଗଡ଼, ( ସଞ୍ଜୟ କୁମାର ନାୟକ) : ଓଡିଶା ମାଟିରେ ଯେଉଁ କିଛି ଟିଟିଲାଗଡ଼ିଆଙ୍କୁ ନେଇ ଗର୍ବ କରି ହୁଏ ସେ ଭିତରେ ହ୍ୟୁମାନ ସାଗର ଅନ୍ୟତମ । ହ୍ୟୁମାନ କିଛି ଦିନ ହେବ ଲିଭର, କିଡିନି ରୋଗରେ ପିଡୀତ ହୋଇଥିଲେ । ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ, ପରେ ଅବସ୍ଥା ଜଟିଳ ହେବାରୁ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲକୁ ଆଣି ଭର୍ତ୍ତି କରାଇଥିଲେ । ତେବେ ହ୍ୟୁମାନଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରି ଦେଇଥିବା ବେଳେ ପ୍ରାରମ୍ଭିକ ଚିକିତ୍ସା ପରେ ସ୍‌ସ୍ୱାସ୍ଥ୍ୟରେ କିଛି ଉନ୍ନତି ଘଟିଥିଲା । ଧୀରେ ଧୀରେ ପୁଣି ଗୁରୁତର ହୋଇ ତାଙ୍କ ଫୁସଫୁସ ଭଲରେ କାର୍ୟ୍ୟ କରୁ ନ ଥିବା ଡ଼ାକ୍ତର କହିଥିଲେ । ଶେଷରେ ଜୀବନ ସଂଗ୍ରାମରେ ସୋମବାର ସନ୍ଧ୍ୟାରେ ଆଖି ବୁଜିଦେଇଲେ ହ୍ୟୁମାନ । ତେବେ ହ୍ୟୁମାନ ସାଗର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟର ସମ୍ରାଟ ଥିଲେ । ହ୍ୟୁମାନଙ୍କ ଅକାଳ ବିୟୋଗ ଖବର ଶୁଣି ସମସ୍ତେ ମର୍ମାହତ ହୋଇଯାଇଥିଲେ । ସେ କଳା କ୍ଷେତ୍ର ହେଉ କି ସାମାଜିକ କ୍ଷେତ୍ର ହେଉ ସମସ୍ତଙ୍କର ହୃଦୟରେ ବାସ କରୁଥିଲେ ହ୍ୟୁମାନ । ଖାସ କରି ରୋମାଣ୍ଟିକ ଓ ଦୁଃଖ ଗୀତ ଗାଇ ଲୋକଙ୍କ ହୃଦୟ ଜିତି ପାରିଥିଲେ । ହ୍ୟୁମାନଙ୍କ ପରଲୋକ ଗମନରେ ଟିଟିଲାଗଡ଼ ମାଟି, ମା ପାଇଁ କେତେ ଯେ କଷ୍ଟ, ଟିଟିଲାଗଡ଼ ଅନୁଭବ କରୁଛି । ଟିଟିଲାଗଡ଼ ଭଳି ଛୋଟିଆ ସହରରୁ ଯାଇ ସଙ୍ଗୀତ ଜଗତର ବେତାଜ ବାଦଶା ଥିଲେ ହ୍ୟୁମାନ । ତାଙ୍କର ପ୍ରାୟ ଗିତ ହିଟ ହୋଇଥିବା ବେଳେ ସେ ଭିତରୁ ଭିଜେଇ ଦେଇ ଜା ଥରେ, ନିଃଶ୍ୱାସ ତୋ ବିନା ମୋଟ ଚାଲେନା, ମା ତୋ ବିନା ଭଳି ସୁପର ହିଟ ଗୀତ ଗାଇଥିଲେ । ଶେଷରେ ଆମର ଗାଁ ବୁଲେଇ ନେମି ତତେ ଭଳି ଗୀତ ଗାଇ ଆଜି ତାଙ୍କର ପାର୍ଥିବ ଶରୀରକୁ ଟିଟିଲାଗଡ଼କୁ ଅଣାଯିବ ଏବଂ ଏଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ । ତେବେ କଟକରୁ ତାଙ୍କର ପାର୍ଥିବ ଶରୀରକୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଣା ଯାଉଛି । ହ୍ୟୁମାନଙ୍କ ପରଲୋକ ଗମନ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ, ଅଭିନେତା ଅନୁଭବ ମହାନ୍ତି, ସମସ୍ତ ଗୀତିକାର, କଣ୍ଠ ଶିଳ୍ପୀ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ, ଟିଟିଲାଗଡ଼ର ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଓ ସହରର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ସନ୍ତପ ପରିବାରକୁ ପ୍ରଭୁ ଶକ୍ତି ଦିଅନ୍ତୁ ଓ ହ୍ୟୁମାନଙ୍କ ଆତ୍ମାର ସତଗତି କାମନା କରିଛନ୍ତି ।

Leave A Reply

Your email address will not be published.