ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଟୀକାଦାନ ଶିବିର ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ବ୍ଲକରେ ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ପ୍ଲାନ ଇଣ୍ଡିଆ ଏମ ରାଇଟ ପ୍ରୋଜେକ୍ଟର ମିଳିତ ସହଯୋଗରେ ଟୀକାଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୩୮ ଜଣରୁ ଅଧିକ ଭିନ୍ନକ୍ଷମଙ୍କୁ ଟୀକା ଦିଆଯାଇଥିବା ବେଳେ କିଛି କର୍ମଚାରୀ, ଜନ ସାଧାରଣ ୩ୟ ଡୋଜ୍ ଟୀକା ନେଇଥିଲେ । ଏହି କାର୍ଯ୍ୟକ୍ରମ ଡ. ଅଭୟ କୁମାର ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅଭିନାସ ପାଣ୍ଡିଆ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୌଦ୍ଧ ବ୍ଲକ, ସୁଧାଂଶୁ ଶେଖର ପୁଝାରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ପ୍ଲାନ୍ ଇଣ୍ଡିଆର ଜିଲ୍ଲା ସଂଯୋଜକ ସଂଜିତ୍ କୁମାର ପଟ୍ଟନାୟକ, ବ୍ଲକ ସଂଯୋଜକ ସୁଶାନ୍ତ କୁମାର ମଣ୍ଡଳ, ଟୀକା ମିତ୍ର ଦିବ୍ୟରଞ୍ଜନ ସାହୁ, ସମୀକ୍ଷା ଜେନା, ସୁଶାନ୍ତ ସେଠି, ସ୍ମୃତିରଞ୍ଜନ ପ୍ରଧାନ, ସ୍ମୃତି ରେଖା ପଟ୍ଟନାୟକ ଓ ଚିତ୍ତରଞ୍ଜନ ବେହେରା ଯୋଗ ଦେଇଥିଲେ ଓ ଏଏନ୍‌ଏମ୍ ଦିପ୍ତିମୟୀ ମକହୁଡ ଓ ଡିଇଓ ପଙ୍କଜ କୁମାର ବାରିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.

six − 6 =