ଜଙ୍ଗଲରେ ମାଈ ହାତୀର ମୃତ ଦେହ ଠାବ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଜଙ୍ଗଲରେ ଏକ ମାଈ ହାତୀର ମୃତ ଦେହ ଠାବ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ବସଲାଟ ଜଙ୍ଗଲରେ ଏକ ମାଈ ହାତୀର ମୃତ ଦେହ ପଡିଥିବା ଶନିବାର ସକାଳୁ ଦେଖିବାକୁ ମିଳିଥିଲା । ଖବର ପାଇବା ପରେ ପଶୁ ସଂପଦ ବିଭାଗ, ବନ ବିଭାଗର ଅଧିକାରୀମାନେ କିପରି ହାତୀ ମରିଛି ସେନେଇ ତଦନ୍ତ ଆରମ୍ଭ କରି ହାତୀର ଶବ ବ୍ୟବଚ୍ଛେଦ କରିଥିଲେ । ବିଷକ୍ରିୟାରୁ ହାତୀଟିର ମୃତ୍ୟୁ ହୋଇଥାଏ ପାରେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

fourteen − three =