csstore

ପୁଇଁନ୍ତଲା ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟ ପେପର୍‌ ବଂଟନ କାର୍ଯ୍ୟକ୍ରମରେ ବିଧାୟକ ଡ. ମହାଲିଙ୍ଗ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟ ପେପର୍‌ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଲେଇସର୍ଡାର ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ସଭାରେ ଭାଲେର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ସୁନାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ । ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ ପୁଇଁନ୍ତଲା ବ୍ଲକ୍‌ ଓଷ୍ଟା ସଭାପତି ନାରାୟଣ ମିଶ୍ର ।

ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ ପୁଇଁନ୍ତଲା ବ୍ଳକ୍‌ ବିଇଓ ନେପାଳ ଚନ୍ଦ୍ର ବାଗ । ଡିବିରି ସଂଯୋଜକ ଯୋଗୀନ ନାଏକ, ବିଲେଇସର୍ଡା ଆଂଚଳିକ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବଲାଙ୍ଗିର ଜିଲ୍ଲା ମିଳିତ ମଂଚର ଆବାହକ ପୁରୁଷୋତ୍ତମ ଭଞ୍ଜ, ସାଆନ୍ତପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଦିତ୍ୟ ବଡ଼ପଣ୍ଡା, ଆଗଲପୁର ବ୍ଲକ୍‌ ଓଷ୍ଟା ସଂପାଦକ ତାରାକାନ୍ତ ମିଶ୍ର, ପୁଇଁନ୍ତଲା ବ୍ଲକ ସଂପାଦକ ପୂର୍ଣ୍ଣଚନ୍ଦ୍ର ମେହେର ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ସଂପୃକ୍ତ ବିଦ୍ୟାଳୟର ଦୁଇ ଜଣ ଛାତ୍ର ରାଜ କୁଶଲ ଓ ସୌମ୍ୟରଂଜନ ବଣିଆଙ୍କୁ ମୁଖ୍ୟ ଅତିଥି ବିଧାୟକ ଡ.ମହାଲିଙ୍ଗ ଓଷ୍ଟା ଟେଷ୍ଟ ପେପର୍‌ ପ୍ରଦାନ କରିଥିଲେ । ସଂପୃକ୍ତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ତଥା ପୁଇଁନ୍ତଲା ବ୍ଲକ୍‌ ଓଷ୍ଟା ଉପସଭାପତି ରଂଜିତ ମିଶ୍ର ଧନ୍ୟବାଦ ଅର୍ପଣ ଦାୟିତ୍ୱ ନିଭାଇଥିବା ସୂଚନାରେ କୁହାଯାଇଛି ।

jayashree
Leave A Reply

Your email address will not be published.