ରସମୁଣ୍ଡା ସରକାରୀ ପ୍ରାଥମିକ ସ୍କୁଲ ବନ୍ଦ : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ଘଡିକେ ଘୋଡା ଛୁଟୁଥିବା ଆଇନରେ ବରଗଡ ଜିଲ୍ଲାରେ ଶତାଧିକ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଘୋଷଣାରେ ୨୦ରୁ କମ ପିଲା ଥିବା ପ୍ରାଥମିକ ବିଦ୍ୟାଳୟ ଓ ୨୫ରୁ କମ ଛାତ୍ରଛାତ୍ରୀ ଥିବା ଉଚ୍ଚ ପ୍ରାଥମିକ ସ୍କୁଲଗୁଡିକ ବନ୍ଦ କରିବା ପାଇଁ ପ୍ରସ୍ତାବ ନିଆଯିବା ଦ୍ୱାରା ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଅଧୀନ‌ସ୍ଥ ରସମୁଣ୍ଡା ସରକାରୀ ପ୍ରାଥମିକ ସ୍କୁଲ ବନ୍ଦ ହୋଇସାରିଛି । ସମଗ୍ର ପଶ୍ଚିମାଞ୍ଚଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ଦୁର୍ଗମ ଅଞ୍ଚଳରେ ଲୋକେ ଶିକ୍ଷିତ ହେବେ ବୋଲି ସେ ସମୟରେ ସରକାର ସମସ୍ତ ଗ୍ରାମମାନଙ୍କରେ ଅନେକେ ଗୁଡିଏ ସ୍କୁଲ ଗଢିଥିଲେ । କିନ୍ତୁ ସରକାରଙ୍କ ଘଡିକେ ଘୋଡା ଛୁଟା ନୀତିରେ ଆଜିକାର ଦିନରେ ପାଇକମାଲ ବ୍ଲକର ରସମୁଣ୍ଡା ସ୍କୁଲଟି ବଳି ପଡ଼ିଛି । ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଅବସ୍ଥିତ ଏଇ ଗ୍ରାମରେ ପ୍ରାୟତଃ ବିଞ୍ଜାଲ ସମ୍ପ୍ରଦାୟର ଆଦିବାସୀ ଲୋକେ ବସବାସ କରନ୍ତି । ରସମୁଣ୍ତା ଗ୍ରାମରୁ ନିକଟସ୍ଥ ଗ୍ରାମ ଗୁଡିକର ଦୂରତ୍ୱ ୩ରୁ ୪ କିଲୋମିଟର ପାଖାପାଖି ହେବ । ପିଲାମାନେ ସହଜରେ ଯିବା ଆସିବା କରିପାରିବେ ନାହିଁ । ଏଣୁ ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply

Your email address will not be published.