pakka

ବିଶ୍ଵବନ୍ଦନୀୟ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ପ୍ରଥମ ପାଳି ମଙ୍ଗଳବାରରେ ଲକ୍ଷାଧିକ ଶ୍ର‌ଦ୍ଧାଳୁ ଓ ଭ‌କ୍ତଙ୍କ ଭିଡ଼

bbehera

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେ‌ଡ୍ଡୀ) : ତାରାତାରିଣୀଙ୍କ ଚୈତ୍ର ପର୍ବ ପ୍ରଥମ ପାଳି ମଙ୍ଗଳବାରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଶାନ୍ତି ଶୃଙ୍ଖଳାରେ ସମାହିତ ହୋଇଛି ଭକ୍ତଙ୍କ ଦର୍ଶନ । ଗତକାଲି ପ୍ରଚଣ୍ଡ ରୌଦ୍ର ତାପକୁ ଖାତିରି ନକରି ମାନସିକଧାରୀ ମାନେ ମଧ୍ୟରାତ୍ରରୁ ହିଁ ପିଲାଙ୍କ ମାନସିକ ମୁଣ୍ଡନ କାର୍ୟ୍ୟ କରିବା ପାଇଁ ଆସିଥିଲେ । ତେବେ ଗଞ୍ଜାମ ଜିଲ୍ଲାପାଳଙ୍କ କରେ।ନା କଟକଣା ନିଦେ୍‌ର୍ଦ୍ଦଶ ଲାଗି ଗଞ୍ଜାମ ବାହାରୁ ଭକ୍ତ ଆସି ପାରିନାହାନ୍ତି । ମା’ ଙ୍କ ଦର୍ଶନରେ ଆସିଥିବା ପ୍ରାୟ ଦର୍ଶନାଭିଳାଷୀଙ୍କ ମୁହଁରେ ମାସ୍କ ବ୍ୟବହାର ହୋଇ ନଥିବା ଦେଖିବାକୁ ମିଳିଛି ଏବଂ ସାମାଜିକ ଦୂରତାକୁ ଗହଳିରେ ମାନି ନଥିଲେ । ପ୍ରଶାସନର କୋଭିଡକୁ ଡରି ପାହାଚ ସ୍ତରୀୟ ପଥରେ ଯିବାକୁ କାହାରିକୁ ଯିବାକୁ ଦିଆଯାଇନଥିଲା । ପାହାଚ ଅତିକ୍ରମ ରାସ୍ତା ବନ୍ଦ ପରେ ଉପରକୁ ଯିବା ପାଇଁ କେବଳ ଦୁଇ ଗୋଟି ବିକଳ୍ପ ଥିଲା, ତାହାହେଲା – ସ୍ୱତନ୍ତ୍ର ବସ ଯୋଗେ ଓ ରୋପୱେ । ଏହି ଦୁଇଟି ରାସ୍ତା ଦେଇ ଦର୍ଶନ କରି ଭକ୍ତମାନେ ଯିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବସରେ ଯିବା ପାଇଁ ଗେଟ୍‌ ପାଖରୁ ନାମ ସଂକୀର୍ତ୍ତନ ମନ୍ଦିର ପର୍ୟ୍ୟନ୍ତ ଧାଡି ବାନ୍ଧି ଖରାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ପାଣି ଟୋପେ ନ ପାଇ ଭକ୍ତମାନେ ଡ଼ହକ ବିକଳ ହୋଇଥିଲେ । ବସ୍‌ରେ ମାଙ୍କୁ ଦର୍ଶନ ପାଇଁ କିଛି ଭକ୍ତ ଯାଇଥିବା ବେଳେ ବହୁ ଭକ୍ତ ଫେରି ଯାଇଛନ୍ତି । ବସ୍‌ ଭଡା ୩୦ ଟଙ୍କା ସାଧାରଣ ଦିନରେ ଥିବା ବେଳ ଏହି ଅବସରରେ ଭଡା ୬୦ ଟଙ୍କା (ଦୁଇ ଗୁଣ) କରିବାରୁ ଲୋକଙ୍କ ଭିତରେ ଅଶାନ୍ତି ଦେଖାଯାଇଥିଲା । ଗରିବ ଲୋକମାନେ ଦର୍ଶନ ନ କରି ଫେରିଛନ୍ତି । ସେପଟେ ରୋପୱେରେ ମଧ୍ୟ ୬୦ରୁ ୮୦ଟଙ୍କା ମୁଣ୍ଡ ପିଛା ଥିଲା । ମଙ୍ଗଳବାର ଭୋର ଦୁଇଟାରେ ସେବାୟତ ବାପୁଜୀ ରଣା, ସଭାପତି ତପନ କୁମାର ରଣାଙ୍କ ତତ୍ୱାବଧାନରେ ସମସ୍ତ ସେବାୟତଙ୍କ ସହଯୋଗ ରେ ମା ‘ଙ୍କ ଦ୍ୱାର ଫିଟାଯାଇ ବିଧି ଅନୁସାରେ ପୂଜା ଅର୍ଚନା କରାଯାଇ ସକାଳ ୬ ଘଣ୍ଟାରେ ମା’ ଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ରାତ୍ର ୩ ଘଣ୍ଟାରୁ ମୁଣ୍ଡନ ଆରମ୍ଭ ହୋଇଥିଲା । ତେବେ ମୁଣ୍ଡନ କରୁଥିବା ଭଣ୍ଡାରୀ ମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୁହଁର ମାସ୍କ ନାକ ତଳେ ରହିଥିବା ବେଳେ ବହୁ ଯାତ୍ରୀଙ୍କ ମୁହଁ ଲଙ୍ଗଳା ଥିବା ଦେଖିବାକୁ ମିଳିଛି । ସିଂହଦ୍ୱାରା ନିକଟକୁ ଗହଳି ମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ଦ୍ୱାରା ସେଠି କୌଣସି ଉଠାଦୋକାନୀଙ୍କ ପସରା ପକାଇବାକୁ ଅନୁମତି ଦିଆଯାଇନଥିଲା । ଗତବର୍ଷ କୋଭିଡ ପାଇଁ ଯାତ୍ରା ପ୍ରଥମ ପାଳି ପରେ ବନ୍ଦ ହୋଇ ଯାଇଥିବାରୁ ଏହି ବର୍ଷ କାଳେ କୋଭିଡ କଟକଣା ଜୋରଦାର ହୋଇଯିବାର ଡର ଥିଲା । ତେଣୁ ଫଗୁଣ ମାସରେ ଲକ୍ଷାଧିକ ଯାତ୍ରୀ ନିଜ ପିଲାଙ୍କ ମୁଣ୍ଡନ କାମ ସାରିଥିବା ବେଳେ ଏବେ ବି ଆହୁରି ବହୁ ଭକ୍ତ ମୁଣ୍ଡନ କାମ ପାଇଁ ପ୍ରବଳ ମାତ୍ରାରେ ଆସୁଛନ୍ତି । ମା’ ଙ୍କ ଯାତ୍ରାର ପରିଚାଳନା ପାଇଁ ମନ୍ଦିର ନିର୍ବାହୀ ଅଧିକାରୀ ଟି. କେ. ରେଡି, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବ୍ଲକ ଓ ତହସିଲ ପ୍ରଶାସନର ଅଧିକାରୀ କର୍ମଚାରୀ, ଦମକଳ ବାହିନୀ, ବିଦ୍ୟୁତ, ପାନୀୟଜଳ ଯୋଗାଣ ବିଭାଗ, ଓଡ୍ରାଫ ଟିମ, ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ପ୍ରଥମ ପାଳି ଯାତ୍ରା ସମାହିତ ହୋଇଛି । ଆଇନ ଶୃଙ୍ଖଳା ପାଇଁ ଗଞ୍ଜାମ ଏସପି. ବ୍ରିଜେଶ କୁମାର ରାୟଙ୍କ ତତ୍ୱାବଧାନରେ ପୁରୁଷୋତ୍ତମପୁର ଆଇଆଇସି ଜଗନ୍ନାଥ ମଲ୍ଲିକ, ଏସ୍‌ଡ଼ିପିଓ ସୀମା ସ୍ଵାଇଁଙ୍କ ନେତୃ‌ତ୍ୱରେ ବ୍ୟାପକ ପୋଲିସ ବ୍ୟବ‌ସ୍ଥା କରାଯାଇ ଆଇନ ଶୃଙ୍ଖଳାକୁ ସୁଧାରି ଶାନ୍ତି ଶୃଙ୍ଖଳାରେ ସମାହିତ ହୋଇଯାଇଛି ।

Leave A Reply

Your email address will not be published.

six + twenty =