jsm

ବଲାଙ୍ଗିରରେ ସ୍ଵୟଂ ସେବକମାନଙ୍କ ନଗର ସଞ୍ଚାଳନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠା ଦିବସ । ଏହି ଅବସରରେ ଜିଲ୍ଲାର ସ୍ଵୟଂ ସେବକ ମାନଙ୍କ ଏକ ସଂଚାଳନ ୧୩୨ ଜଣଙ୍କୁ ନେଇ କଦମ୍ ପଡା ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର ଠାରୁ ସମ୍ମିଳନୀ ପରେ ଦିନ ଦୁଇଟାରୁ ବାହାରି ବଲାଙ୍ଗିର ନଗରର ବିଭିନ୍ନ ପଥ ଦେଇ ପୁଣି ଶିଶୁମନ୍ଦିର ଠାରେ ପହଂଚି ଥିଲା । ଘୋଷ ସହିତ ସଞ୍ଚାଳନ ଚାଲିଥିବା ବେଳେ ବହୁତ ବର୍ଷା ସତ୍ତ୍ୱେ ସ୍ଵୟଂ ସେବି ମାନେ ଅନୁଶାସନ ରକ୍ଷାକରି ସଂଚାଳନରୁ ବିଚ୍ୟୁତ ହୋଇନଥିଲେ । ପରେ ଜିଲ୍ଲା କାର୍ଯ୍ୟବାହ ସୁଶାନ୍ତ କୁମାର ନାୟକଙ୍କ ନେତୃତ୍ଵରେ ଅନୁଷ୍ଠିତ ସଭାରେ ବିଶ୍ଵ ହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ସମ୍ପାଦକ ଭକ୍ତ ଚରଣ ସାହୁ, ବଲାଙ୍ଗିର ବିଭାଗ କାର୍ଯ୍ୟବାହ କେଶବ ପଟେଲ, ବିଭାଗ ପ୍ରଚାରକ ପ୍ରଣବ ନାୟକ, ସହ ବିଭାଗ ପ୍ରଚାରକ ସନ୍ତୋଷ ବେହେରା ବରିଷ୍ଠ ସ୍ଵୟଂ ସେବକ ଇଂ ମଗନ୍ ଲାଲ ଅଗ୍ରୱାଲ ଏଥିରେ ଭାଗନେଇ ଥିଲେ ।

yuvodaya
Leave A Reply

Your email address will not be published.