ଉଠା ଦୋକାନୀମାନଙ୍କ ପାଇଁ ସ୍ୱନିଧି ଯୋଜନା : ୪୧୫୦ ପଞ୍ଜିକୃତ, ପାଇଛ‌ନ୍ତି ୧୩୫

ସମ୍ବଲପୁର, (ଦାମୋଦର ପଣ୍ଡା) : ଏବର ପରିସ୍ଥିତିରେ ଜୀବିକା ହରେଇ ଥିବା ଉଠା ଦୋକାନୀ ମାନଙ୍କ ପାଇଁ ସ୍ୱନିଧି ଯୋଜନାରେ ଦଶ ହଜାର ଟଙ୍କା ଋଣ ପ୍ରଦାନ ବ୍ୟବସ୍ଥା ରହିଛି । ସମ୍ବଲପୁର ମହା ନଗର ନିଗମ ତରଫରୁ ପଞ୍ଜିକରଣ କରାଯାଇଅଛି । ଜିଲ୍ଲାରେ ମୋଟ ୪୧୫୦ ଜଣ ପଞ୍ଜିକରଣ କରିଥିବା ବେଳେ କେବଳ ୧୩୯ ଜଣଙ୍କୁ ଋଣ ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ମହା ନଗର ନିଗମ ଅଧୀନରେ ୩୮୮୯ ଜଣ ଉଠା ଦୋକାନୀ ପଞ୍ଜିକୃତ ହୋଇଥିଲେ ମଧ୍ୟ ୧୩୪୦ ଜଣ ଋଣ ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୩୮୫ ଜଣଙ୍କ ଋଣ ମଞ୍ଜୁର କରାଯାଇଛି । ମାତ୍ର ଋଣ ପ୍ରଦାନ କରାଯାଇଛି କେବଳ ୧୩୫ ଜଣଙ୍କୁ । ମାର୍ଚ୍ଚ ମାସରେ ଏହି ଯୋଜନା ଶେଷ ହେବ, ଫଳରେ ଆବେଦନକାରୀମାନେ ଆଶଙ୍କାରେ ଅଛନ୍ତି । ତେବେ ସମସ୍ତେ ଏ ଋଣ ପାଇବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.