ls

ଗ୍ୟାସ୍‌ରୁ ନିଆଁ ଲାଗି ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର

2020

ଭଦ୍ରକ : ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ପ୍ରମିଳା ଦାସ ଘରେ ରୋଷେଇ କରୁଥିବା ବେଳେ ହଠାତ୍‌ ଗ୍ୟାସରୁ ନିଆଁ ଲାଗି ଚାରିଆଡେ ବ୍ୟାପିବାକୁ ଲାଗିଥିଲା । ପରେ ପ୍ରମିଳା ନିଆଁରେ ପୋଡି ହୋଇ ଚିତ୍କାର କରିଥିଲେ। ପ୍ରମିଳାଙ୍କ ଚିତ୍କାର ଶୁଣି ସ୍ୱାମୀ ମହେନ୍ଦ୍ର ତାଙ୍କୁ ଉଦ୍ଧାର କରିବା ପାଇଁ ଘର ଭିତରକୁ ଯାଇଥିବା ବେଳେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା । ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଉଭୟଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

Leave A Reply

Your email address will not be published.