ସ୍ୱାମୀ ରାମପ୍ରିୟାନନ୍ଦ ସରସ୍ୱତୀଙ୍କ ଇହଲୀଳା ସମ୍ବରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳେ କିସ୍ କୋଭିଡ୍ କେୟାର ସେଣ୍ଟରରେ ବଲାଙ୍ଗିର ଚିନ୍ମୟ ମିଶନର ସ୍ୱାମୀ ରାମପ୍ରିୟାନନ୍ଦ ସରସ୍ୱତୀ ଇହଲୀଳା ସମ୍ବରଣ କରିଛନ୍ତି । ୨଼୦୦୬ ମସିହାରେ ସେ ମିଶନର ବ୍ରହ୍ମଚାରୀ ଭାବରେ ବଲାଙ୍ଗିର ଚିନ୍ମୟ ମିଶନର ଦାୟିତ୍ୱ ଗ୍ରହଣ କରିଥିଲେ ଓ ପରେ ପରେ ସ୍ୱାମିଜୀ ସ୍ତରକୁ ଉନ୍ନିତ ହେଇଥିଲେ । ଚିନ୍ମୟ ମିଶନର କାର୍ଯ୍ୟକ୍ରମ ଗୁଡିକୁ ଲୋକାଭିମୁଖୀ କରିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ । ବଲାଙ୍ଗିରର ବିଭିନ୍ନ ବସତିରେ ବାଳ ବିକାଶ ଗୋଷ୍ଠୀ, ଦେବୀ ଗୋଷ୍ଠୀ, ଯୁବା ଗୋଷ୍ଠୀ, ଅବସରପ୍ରାପ୍ତ ଗୋଷ୍ଠୀ ଇତ୍ୟାଦି ସଂଗଠିତ କରି ପ୍ରବଚନ ପ୍ରଦାନ ପୂର୍ବକ ସୁସଂହତ ଜୀବନ ପାଇଁ ଆବାଳବୃଦ୍ଧବନିତାଙ୍କୁ ଅନୁପ୍ରେରିତ କରୁଥିଲେ । ବିଦ୍ୟାଳୟ ସ୍ତରରେ ଗୀତା ଆବୃତ୍ତି ପ୍ରତିଯୋଗିତା ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେଉଥିଲା । ତାଙ୍କ ଆକସ୍ମିକ ବିୟୋଗରେ ବଲାଙ୍ଗିର ଆଧ୍ୟାତ୍ମିକ ମହଲରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

4 × 1 =

error: Content is protected !!