p purohi

ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ବେଗୁନିଆପଡ଼ା ବ୍ଲକ ପକ୍ଷରୁ ସ୍ୱାଗତ ସମାରୋହ ଉତ୍ସବ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ବେଗୁନିଆପଡ଼ା ବ୍ଲକ ପକ୍ଷରୁ ଏକ ସ୍ୱାଗତ ସମାରୋହ ଉତ୍ସବ ରବିବାର ଦିନ ବେଗୁନିଆପଡ଼ାସ୍ଥିତ ମା’ମଙ୍ଗଳା ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ନୂତନ ପେନ୍‌ସନ୍‌ ଯୋଜନା ଭୁକ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସମାଜ ଗଠନରେ ଶିକ୍ଷକ ମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଡିଓ ବେଦବର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ସୁବାସ ଚନ୍ଦ୍ର ମହାରଣା, ଜଗନ୍ନାଥ ସାବତ, ଶିକ୍ଷାବିତ ମହେଶ୍ୱର ବରାଡ, ସଂଙ୍ଘର ସଭାପତି ପ୍ରଭାସ ରଞ୍ଜନ ସାହୁ, ସମ୍ପାଦକ ପଙ୍କଜ କୁମାର ବେହେରା, ବରିଷ୍ଠ ଶିକ୍ଷକ କେ.ଭୀମରାଜୁ ପାତ୍ର ଯୋଗଦେଇ ଜଣେ ଶିକ୍ଷକ ତା’ର କର୍ତ୍ତବ୍ୟ ଓ ଆଦର୍ଶ ପ୍ରତି ନିଷ୍ଠାବାନ ହେବା ସହ ଭଲ ମଣିଷ ଗଢିବାରେ ସହାୟକ ହେବା ଉପରେ ଗୁରୁତ୍ୱ ଦେଇଥିଲେ । କାର୍ୟ୍ୟକାରୀ ସଭାପତି ଶରତ ଚନ୍ଦ୍ର ଘୋଷ, ଉପସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ଅଶ୍ୱିନୀ କୁମାର ପ୍ରହରାଜଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସକ୍ରୀୟ ଅଂଶଗ୍ରହଣ କରିଥିଲେ । 

nrusinghnath
Leave A Reply

Your email address will not be published.