ଭେଙ୍ଗରାଜପୁରରେ ବାଜୁବନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଗତ ୭ ତାରିଖ ଦିନ ଭେଙ୍ଗରାଜପୁର, ବାଦିକଟା, ଲଖମରା ତିନୋଟି ପଞ୍ଚାୟତରୁ ଏକ କୃଷି ପ୍ରତିନିଧି ଦଳ ଦିଲ୍ଲୀ ଅଭିମୁଖେ ଯାଇଥିଲେ ଏବଂ ୯ ତାରିଖ ଦିନ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଦ୍ୱୟଙ୍କୁ ସାକ୍ଷାତ ଆଲୋଚନା କରିଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ କୃଷି ଭବନରେ ସାକ୍ଷାତ ଆଲୋଚନା କରିଥିଲେ । ୨୦୧୯ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା କିଭଳି ଚାଷୀ ପାଇ ପାରିବେ, ଚାଷୀର ଅଧିକାର କିପରି ସାବ୍ୟସ୍ତ ହେବ, ଚାଷୀ ଜମିକୁ କିପରି ପାଣି ଯୋଗାଇ ଦିଆଯିବ ଏମିତି ଅନେକ ଚାଷୀ ସମସ୍ୟା ଉପରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅତ୍ୟଧିକ ସହଯୋଗ କ୍ରମେ କେନ୍ଦ୍ର ମନ୍ତ୍ରୀ ଦ୍ୱୟଙ୍କ ଠାରେ ଆଲୋଚନାରେ ବାଜୁବନ ନାୟକ ଚାଷୀର ବିଭିନ୍ନ ସମସ୍ୟା ଉପରେ ଉପସ୍ଥାପନ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଦ୍ୱୟ ସୁହୃଦୟରେ ହୃଦବୋଧ କରି ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଚାଷୀ ପାଖକୁ ପହଞ୍ଚାଇବା ପାଇଁ ବୀମା କମ୍ପାନୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ଚିଠି କରିଥିଲେ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ । କୃଷକଙ୍କ ପାଇଁ ଶ୍ରୀ ନାୟକ ପୂର୍ବ ବିଧାୟକଙ୍କ ସହଯୋଗ ଲୋଡିଥିବାରୁ ଓ ଚାଷୀ ସମସ୍ୟାକୁ ଦିଲ୍ଲୀ ଦରବାରରେ ଉପସ୍ଥାପନ କରିଥିବାରୁ ଆଜି ଭେଙ୍ଗରାଜପୁର କୃଷକ ସଙ୍ଗଠନ ସଭାପତି ପୁରନ୍ଦର ଭୋଇ, ସଂପାଦକ ଉମାକାନ୍ତ ଶତପଥୀ, ଉପ ସଭାପତି ହୁଦାଶନ ପାଣ୍ତେ, ପୀତବାସ ସାହୁ ଏବଂ ଭେଙ୍ଗରାଜପୁର ପଞ୍ଚାୟତର ସମସ୍ତ କୃଷକ ଭାଇ ଓ ପଡୋଶୀ ଗାଁର ଚାଷୀ ବନ୍ଧୁଙ୍କ ଉପସ୍ଥିତିରେ ସଭାପତି ପୁରନ୍ଦର ଭୋଇ ଶ୍ରୀ ନାୟକଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ କିପରି ଶ୍ରୀଘ ଚାଷୀ ଟୋକନ ପାଇଁ ଧାନ ବିକ୍ରୟ କରି ପାରିବେ ସେଥି ପ୍ରତିଧ୍ୟାନ ଦେଇ ଉତ୍କଳ ଏସଏଚଜି ଓ କୃଷକ ମାନଙ୍କ ସହ ଗୁରୁତ୍ୱ ପୂର୍ଣ୍ଣ ବୈଠକ କରି ସମ୍ବର୍ଦ୍ଧିତ ସଭାକୁ ଶେଷ କରିଥିଲେ ।

Leave A Reply

Your email address will not be published.