
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରଗଡ଼ ମାଟିର ସୁପତ୍ର ଜିତାମିତ୍ର ସାହୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରି ବରଗଡ଼ ମାଟି ପାଇଁ ଗୌରବ ଆଣିଛନ୍ତି । ତାଙ୍କ ଏହି ସଫଳତାକୁ ନେଇ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଭେଟି ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସାଂସଦ ଶ୍ରୀ ପୁରୋହିତ ତାଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ପୁଅ ଜିତାମିତ୍ରଙ୍କ ସଫଳତା ପାଇଁ ତାଙ୍କ ପରିବାର ବର୍ଗଙ୍କ ପ୍ରଚେଷ୍ଟା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇଥିବ ବୋଲି କହିଛନ୍ତି । ଆଗାମୀ ଦିନରେ ଲୋକେ କିପରି ତାଙ୍କ ହକ୍ ଅଧିକାରରୁ ବଞ୍ଚିତ ନହେବେ ସେଥିପ୍ରତି ଧ୍ୟାନ ଦେବାକୁ ସାଂସଦ ଜିତାମିତ୍ରଙ୍କୁ ପରାମର୍ଶ ଦେଇଥିଲେ । ଜିତାମିତ୍ରାଙ୍କ ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ସଂଗଠନ, ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।