jsm

ଗାନ୍ଧୀନଗରଠାରେ ସ୍ୱାଧୀନତା ଦିବସ ପାଳିତ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଗାନ୍ଧୀଛକଠାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆମ୍ ଆଦମୀ ପାର୍ଟି ତରଫରୁ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସେଠାରେ ଆୟୋଜିତ ସ୍ଵାଧୀନତା ଦିବସ ସମାରୋହ ଅବସରରେ ଜିଲ୍ଲା ଆବାହକ ଜାତୀୟ ପତକା ଉତ୍ତୋଳନ କରି ଅଭିବାଦନ ଜଣାଇଥିଲେ । ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ଦେଶାତ୍ମବୋଧକ ଗୀତ ବଜାଇ ସମ୍ପୂର୍ଣ ସହର ପରିକ୍ରମା କରି ଲୋକଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିଥିଲେ । ଶୋଭାଯାତ୍ରାରେ ପର୍ଶୁରାମ ସାହୁ, ସି.ହରପ୍ରସାଦ, ଗୌରାଙ୍ଗ ଦାସ, କୈଳାଶ ସେଠୀ, ପ୍ରଶାନ୍ତ କୁମାର ନାୟକ, ଶିଶିର ପାତ୍ର ପ୍ରବୀଣ କୁମାର, ରମେଶ ବେହେରା, ଲୋକନାଥ ପୂଜାରୀ, ପ୍ରଶାନ୍ତ କୁମାର, ଅଭିମନ୍ୟୁ ଦଳାଇ, ସୁଧୀର ପ୍ରଧାନ, ମନୋରଞ୍ଜନ ତ୍ରିପାଠୀ, ଗୋବିନ୍ଦ ମିଶ୍ର ସମେତ ଅନେକ ଦେଶକୁ ଭଲ ପାଉଥିବା ଜନସାଧାରଣ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.