jsm

ଗାନ୍ଧିଜୀଙ୍କ ଜୟନ୍ତୀ ପାଳନ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗାନ୍ଧିଜୀଙ୍କ ୧୫୩ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ଗ୍ରାମସଭା ଆୟୋଜନ ହୋଇଥିଲା । ଏଥିରେ ପଞ୍ଚାୟତକୁ ସଦାସର୍ବଦା ସ୍ୱଚ୍ଛ ରଖିବା, ଯାହାଦ୍ଵାରା ସୁସ୍ଥ ପରିବେଶ ଗଠନ ହୋଇପାରିବ । ଏଥି ନିମନ୍ତେ ବେଲଗାଁ ଗ୍ରାମ ପଞ୍ଚାୟତର ସର୍ବସାଧାରଣ, ୱାର୍ଡ ସଭ୍ୟ ସଭ୍ୟା, ପଞ୍ଚାୟତ ଅଧିନସ୍ତ ସମସ୍ତ ବିଭାଗ କର୍ମଚାରୀ, ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ସାହୁ, ସମିତି ସଭ୍ୟା ଶ୍ରୀମତୀ ଲିଲି ପଣ୍ଡା, ନାଏବ ସରପଞ୍ଚ ଶ୍ରୀମତୀ ବାସନ୍ତୀ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପ୍ରୀତି ସାହୁ, ସମାଜସେବୀ କିଟୁଭାଇ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବି. ହରି ଏବଂ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ବୈଜ୍ଞାନିକ କୈଳାସ ଚନ୍ଦ୍ର ସାହୁଙ୍କ ଦ୍ଵାରା ପ୍ରଦତ୍ତ ଡ଼ଷ୍ଟବିନ୍ ସବୁ ଲୋକାର୍ପଣ କରିବା ସହ, ନିକଟସ୍ଥ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ମିତ ହେଉଥିବା ନୂତନ କୋଠା ଏବଂ ଶୌଚାଳୟ ନିର୍ମାଣ ଆଦି ସବୁ ବୁଲି ତଦାରଖ କରିଥିଲେ । ଏହି ସମୟରେ ଗ୍ରାମର କିଛି ଜନସାଧାରଣଙ୍କ ଅଭିଯୋଗକୁ ଶୁଣି ତଦନ୍ତ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ ।

yuvodaya
Leave A Reply

Your email address will not be published.