csstore

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧତା ଥିବା ଅଗ୍ରଣୀ ସାମାଜିକ ସଂଗଠନ କ୍ଲିନ୍ ଆଣ୍ଡ ଗ୍ରୀନ୍‌ ତାର ସାପ୍ତାହିକ କାର୍ଯ୍ୟକ୍ରମ ଅନ୍ତର୍ଗତ କୋଏଲନଗର ଡି ବ୍ଲକ ଗ୍ରୀନ ପାର୍କ ଠାରେ ସଫେଇ କାର୍ଯ୍ୟ ସମ୍ପାଦନ କରିଥିଲେ । ଗ୍ରୀନ ପାର୍କର ସଭାପତି ଜୟଶ୍ରୀ ପାଣିଗ୍ରାହୀଙ୍କ ଆଗ୍ରହ କ୍ରମେ ସଂଗଠନର ସଦସ୍ୟମାନେ ସମଗ୍ର ପାର୍କ ପରିସରକୁ ସଫା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ ପ୍ରଦୀପ ଦାସ, କୃତିବାସ ମିଶ୍ର, ଦିନେଶ ସିଂ, ମନୋଜ ନାୟକ, ଅକ୍ଷୟ ଜେନା, ପ୍ରଫୁଲ୍ଲ ପାତ୍ର, ପ୍ରଦୀପ ପାତ୍ର, ସୁମନ୍ତ ଉପାଧ୍ୟାୟ, ସୁଦୀପ ଦତ୍ତ, ସତ୍ୟ ଦାସ, ସୁକୁ କିଣ୍ଡୋ, ପ୍ରଦୀପ, ଚନ୍ଦ୍ରକାନ୍ତ, ଧନଂଜୟ ଦାସ ପ୍ରମୁଖ ସଦସ୍ୟଙ୍କ ଦ୍ଵାରା ସଫେଇ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏଥିପାଇଁ ସ୍ଥାନୀୟ ବାସିନ୍ଦା କ୍ଲିନ୍ ଆଣ୍ଡ ଗ୍ରୀନ୍ ଅନୁଷ୍ଠାନକୁ ସାଧୁବାଦ ଦେଇଥିଲେ ।

jayashree
Leave A Reply

Your email address will not be published.