jsm

କଛାରପାଲି ପ୍ରହାରୀ ପାଇଁ ଶୁଭାସ୍ତମ୍ଭ ସ୍ଥାପନ

csstore

ଦେଓଗାଁ, (କେପିଏନ୍‌ଏସ୍‌) : ଆସନ୍ତା ମାଘ ଶୁକ୍ଳପକ୍ଷ ଏକାଦଶୀରୁ ଦେଓଗାଁ ସଦର ପଞ୍ଚାୟତ କଛାରପାଲିସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ହେବାକୁ ଥିବା ୨୪ ପ୍ରହର ନାମଯଜ୍ଞ ପାଇଁ ବୁଧବାର ରାତିରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । କଛାରପାଲି ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ କର୍ତ୍ତା ଦାୟିତ୍ୱ ନେଇଥିବା ଅଚ୍ୟୁତ ସାହୁ ଓ ତାଙ୍କ ପତ୍ନୀ ଅହଲ୍ୟା ସାହୁଙ୍କୁ ପାଛୋଟି ଆଣିବା ପରେ ମନ୍ଦିର ମଣ୍ଡପରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ମନ୍ଦିର ପୂଜକ ପ୍ରଦ୍ୟୁମ୍ନ ପାଣିଗ୍ରାହୀ ପୂଜାକାର୍ଯ୍ୟ କରିଥିବା ବେଳେ ପ୍ରହରୀ ପରିଚାଳନା କମିଟି ସଭାପତ ସାଧୁଚରଣ ସାହୁ, ଉପସଭାପତି କିଶୋର ସାହୁ, ସମ୍ପାଦକ ଅନନ୍ତ ସାହୁ, ସମ୍ପାଦକ ଦୁର୍ବାଦଳ ସାହୁ, ସହସମ୍ପାଦକ ଅନନ୍ତ ସାହୁ, କେ।।ଧ୍ୟକ୍ଷ ସୁମନ୍ତ ସାହୁଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.