pr

ଛତ୍ରପୁରଠାରେ ଜନ ସଚେତନତା ନିମନ୍ତେ କୃଷି ରଥର ଶୁଭାରମ୍ଭ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏକ କୃଷି ରଥର ଶୁଭାରମ୍ଭ ହୋଇଯାଇଛି । ଏହାକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲୀପ କୁମାର ଖୁଣ୍ଟିଆ, ତହସିଲଦାର ପ୍ରକାଶ କୁମାର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା ଓ କୃଷି ଜିଲ୍ଲା ଅଧିକାରୀ ବିଦୁର ସେଠ ମାଝୀ ପ୍ରମୁଖ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଛତ୍ରପୁର ବ୍ଲକର ସବୁ ପଂଚାୟତକୁ ବୁଲି କୃଷି ବିଭାଗର ସମସ୍ତ ଯୋଜନାର କିଭଳି ସଫଳ ରୂପାୟନ ହେବ ସେ ନେଇ ଭିଡିଓ ମାଧ୍ୟମରେ ବାର୍ତ୍ତା ଚାଷୀମାନଙ୍କ ନିକଟରେ ପହଂଚାଇବ । ଏହି ରଥ ଶୁଭାରମ୍ଭ ବେଳେ ଗୋଷ୍ଠୀ କୃଷି ଅଧିକାରୀ ରାଧା ଗୋବିନ୍ଦ ଦେ, ସହାୟକ କୃଷି ଅଧିକାରୀ ନିରୁ ନିକୁଞ୍ଜ ନାୟକ, ସୌଦାମିନୀ ପଣ୍ଡା, କୃଷି ଅଧୀଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ, ସିମାଞ୍ଚଳ ଦାସ, ଗ୍ରାମ୍ୟ କୃଷି କର୍ମଚାରୀ ମିଥୁନ ସେଠି, ସୁନିତା, ମୌସୁମୀ, ନିହାରିକା, ମୋନାଶିଖା, ତେଜସ୍ୱନୀ, ରୋଜାଲିନ ଓ ଏଟିଏମ ଗୋପୀନାଥ ଓ ସୋନାଲି ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.