jsm

ଟିଟିଲାଗଡରେ ଗ୍ରିଡ ସ୍ଥାପନକୁ ନେଇ ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ

csstore

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ଆଗାମୀ ଦିନରେ କିଭଳି ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ମିଳିପାରିବ ସେଥି ପାଇଁ ଗତ ମଙ୍ଗଳବାର ଦିନ ମାସକ ଭିତରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ଉପ ଜିଲ୍ଲାପାଳ ରେହନ ଖେତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟିଟିଲାଗଡ ବିଧାୟକ ନବୀନ ଜୈନ, ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଉପଖଣ୍ଡ ପୋଲିସ ଅଧିକାରୀ ଟିଟିଲାଗଡ ଶ୍ରୀମତୀ ଅଙ୍କିତା କୁମ୍ଭାର, ତହସିଲଦାର ଟିଟିଲାଗଡ, ଓପିଟିସିଏଲ୍ ନିର୍ମାଣ ବିଭାଗର ଅଧିକାରୀ, ଟାଟା ପାୱାରର ଅଧିକାରୀ, ବନ ବିଭାଗ ଅଧିକାରୀ, ରାଜସ୍ୱ ବିଭାଗର ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । କେଉଁ ସ୍ଥାନରେ ଗ୍ରିଡ ନିର୍ମାଣ ହେବ, ଜମି ନିର୍ଦ୍ଧାରିତ କରିବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଅଧିକାରୀକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଦିନ ପୂର୍ବେ ଶକ୍ତି ମନ୍ତ୍ରୀ ନୂତନ ଗ୍ରୀଡ ସ୍ଥାପନ ବିଷୟରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କୁ ଡ଼ାକି ବିଚାର ବିମର୍ଶ କରିବା ପରେ ଟିଟିଲାଗଡ଼ରେ ଗ୍ରିଡ୍ ସ୍ଥାପନ କରିବା ପାଇଁ ସ୍ୱୀକୃତି ଦେବା ସହ ଆଗାମୀ ୨ ବର୍ଷ ଭିତରେ କାର୍ଯ୍ୟ ସମ୍ପନ୍ନ କରିବାକୁ କହିଥିଲେ । ବିଧାୟକ ନବୀନ ଜୈନ ଆସିଲା ଦିନଠାରୁ ସେହି କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ି ଚାଲିଥିବା ବେଳେ ଅଞ୍ଚଳବାସୀଙ୍କ ବହୁତ ଦିନର ସମସ୍ୟାର ସମାଧାନ ହେବ ବୋଲି ଲୋକେ ଆଲୋଚନା କରିବା ସହ ତାଙ୍କର ଚେଷ୍ଟାକୁ ସମର୍ଥନ ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.