jsm

କବି ଅନିଲ ଚନ୍ଦ୍ର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି

csstore

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ଥାନୀୟ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀ ପକ୍ଷରୁ କବି ଅନିଲ ଚନ୍ଦ୍ର ଦାଶଙ୍କ ଅମର ଆତ୍ମାର ସଦଗତି ପାଇଁ ଆଭାସୀ ଜରିଆରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ନିର୍ଝରିଣୀର ସମ୍ପାଦକ କବି ବିରଂଚି ନାରାୟଣ ଦାଶଙ୍କ ସଂଜୋଜନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି କବୟିତ୍ରୀ ଯୋଗଦେଇ ଦିବଙ୍ଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଡ.ଯୁଗଳ କିଶୋର ଷଡଙ୍ଗୀ, ପ୍ରମୋଦ ରାଉଳ, ଜ୍ୟୋତି ପ୍ରସାଦ ଗଡତ୍ୟା, ବୃନ୍ଦାବନ କୁମ୍ଭାର, ସୁଶ୍ରୀ ସଂଯୁକ୍ତା ପରିଚ୍ଛା, ସୁଶ୍ରୀ ସବିତା ଭୋଇ, ହୀରାବତି ସାହୁ, ଗଣେଶ ପ୍ରସାଦ ଜେନା, ବରୁଣ କୁମାର ସାହୁ, ବାସନ୍ତୀ ସାହୁ ଆଦି କବି ଅନିଲ ଦାଶଙ୍କ ବ୍ୟକ୍ତିତ୍ୱ, ସାରସ୍ୱତ କୃତି ଉପରେ ଆଲୋକପାତ କରିଥିଲେ । ସେ ଜଣେ ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଥିଲେ । ସୁଦୂର କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ କର୍ମ କ୍ଷେତ୍ର ଭାବେ ଜୟପୁରର ବୈପାରିଗୁଡାଠାରେ ସପରିବାର ବାସ କରୁଥିଲେ । ସତୁରି ଦଶକରୁ ଅଦ୍ୟାବଧି ତାଙ୍କର ଲେଖନୀ ଚାଳନା କରି ପଚାଶରୁ ଉର୍ଦ୍ଧ୍ବ ପୁସ୍ତକ ଲୋକାଦୃତ ହୋଇପାରିଛି । ପରିଶେଷରେ ସୁଶ୍ରୀ ସବିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.