pr

ଫସଲ ବୀମା ଦାବୀରେ ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ ବନ୍ଦ ଡାକରା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପାଇକମାଲଠାରେ ଫସଲ ବୀମା ଦାବୀରେ ବନ୍ଦ ଡାକରା ଦିଆଯାଇଥିଲା ଏବଂ ସଫଳ ମଧ୍ୟ ହୋଇଥିଲା । ପଦ୍ମପୁର ଉପଖଣ୍ଡ ପଦ୍ମପୁର, ପାଇକମାଲ, ଝାରବନ୍ଧ ଆଦି ସ୍ଥାନରେ ମଧ୍ୟ ବନ୍ଦ ଡ଼ାକରା ଦିଆଯାଇଥିଲା । ଚାଷୀମାନେ ୨୦୨୧ ମସିହା କୃଷି ବୀମା ପାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରି ବନ୍ଦ ଡାକରା ଦିଆଯାଇଥିଲା । ଏଥିରେ ବିଭିନ୍ନ ରାଜନୈତିକ ଦଳ ଏବଂ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ସାମିଲ ହୋଇଥିଲେ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ବିଭିନ୍ନ ସଂଗଠନ ନିଜର ଦାବୀ ଉପସ୍ଥାପନ କରିଥିଲେ । ପାଇକମାଲ ମୁଖ୍ୟ ଛକଠାରେ ବନ୍ଦ ଡାକରାରେ କୃଷକ ସଙ୍ଗଠନର ବିଶ୍ୱନାଥ ରଣା, ରାହାସ ବିହାରୀ ସାହୁ, ପାନାଲାଲ ସେଠ, ଗୁପତରାମ ବାରିକ, ବାଳକୃଷ୍ଣ ବନଛୋର, ପିତାମ୍ବର ସାହୁ, ପାଇକମାଲ ବରିଷ୍ଠ ନାଗରିକ କମିଟି ସଭାପତି ନନ୍ଦଲାଲ ତ୍ରିବେଦୀ, ଜଗ ମୋହନ ତ୍ରିବେଦୀ, ବିଜେପି ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ବିଜେପି ଜିଲ୍ଲା ଉପସଭାପତି ସରୋଜ ସାମଲ, ପାଇକମାଲ ଜିଲ୍ଲା ପରିଷଦ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, କୃଷକ ମୋର୍ଚ୍ଚା କୋଡିନେଟର ଯୋଗେନ୍ଦ୍ର ଭୋଇ, ଟେମରୀ ସରପଞ୍ଚ ଦୀଲିପ ବେହେରା, ପାଇକମାଲ ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ତି, ପୀତବାସ ସାହୁ, ରୋହିତ କୁମାର ସାହୁ, ବିଜେଡି ପକ୍ଷରୁ ବିଜୟ କୁମାର ସାହୁ, କଂଗ୍ରେସ ପକ୍ଷରୁ ବିନୋଦ କାଲିଆ, ବିନୋଦ ବିହାରୀ ବିଶ୍ୱାଳ, ଅଶ୍ୱିନୀ ପ୍ରଧାନ, ପ୍ରାଣବନ୍ଧୁ ଦାଶଙ୍କ ସମେତ ଚାଷୀଗଣ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.