ଓସେପା ଏସପିଡିଙ୍କ ଗଞ୍ଜାମ ଜିଲ୍ଲା ପରିଦର୍ଶନ

  • ମଧୁଆପ୍ ଗଞ୍ଜାମ ଜିଲ୍ଲାପ୍ରଶାସନର ଏକ ନିଜସ୍ୱ ପ୍ରୟାସ ଅଟେ
  • ମଧୁଆପ୍, ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମକୁ ପ୍ରଂଶସା କଲେ ରାଜ୍ୟ ପରିଦର୍ଶକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓସେପା (ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ)ର ଏସ୍‌ପିଡି (ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ) ଅନୁପମ ଶାହ ମଙ୍ଗଳବାର ଗଂଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । ଏଥିସହ ସେ ଶିକ୍ଷା ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ସହ ତଥ୍ୟ ସଂଗ୍ରହ କରିଛନ୍ତି । ଛତ୍ରପୁରସ୍ଥିତ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟରେ ଥିବା ମଧୁ-ଆପ୍ ଲ୍ୟାବ୍‌କୁ ଯାଇ ଏସପିଡି ପରିଦର୍ଶନ କରିଥିଲେ । ମଧୁଆପ୍‌ରେ ବିିଭିନ୍ନ ସ୍କୁଲ ପାଠ୍ୟ ବିଷୟକୁ ଶିକ୍ଷକମାନେ ପାଠ ପଢାଉଥିବା ଭିଡିଓକୁ ଅପଲୋଡ୍ କରାଯାଇଥାଏ । ଏହି ଆପ୍ ଖୋଲି ପିଲାମାନେ ପାଠ ପଢିଥାନ୍ତି । ମଧୁ ଆପ୍‌ରେ ପାଠପଢାର ଭିଡିଓ ମଧ୍ୟ ଏସପିଡି ଦେଖି ଖୁସି ପ୍ରକଟ କରିବା ସହ ଗଂଜାମ ଜିଲ୍ଲାପ୍ରଶାସନକୁ ପ୍ରଂଶସା କରିଥିଲେ । ମଧୁଆପ୍ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏକ ନିଜସ୍ୱ ପ୍ରୟାସ ଥିଲା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ । ଗଂଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ, ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା ଅଭିଯାନର ଡିପିସି ଅଫିସ ସହ ଅନସ୍ଲୋ ସରକାରୀ ହାଇସ୍କୁଲକୁ ଯାଇ ଏସପିଡି ପରିଦର୍ଶନ କରିଥିଲେ । ଅନସ୍ଲୋ ସରକାରୀ ହାଇସ୍କୁଲରେ ଚାଲିଥିବା ସ୍କୁଲ ରୁୂପାନ୍ତରୀକରଣରେ ସ୍ମାର୍ଟ କ୍ଲାସର ସେ ଅନୁଧ୍ୟାନ କରିଥିଲେ । ହିଂଜିଳିର ଶାସନଆମ୍ବଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ, ଗଣ୍ଡଳାର ଗଣେଷ ବିଦ୍ୟାପୀଠ ଓ ହିଂଜଳିର ବୃନ୍ଦାବନ ହାଇସ୍କୁଲରେ ୫ଟି କାର୍ଯ୍ୟକ୍ରମରେ ହୋଇଥିବା ସ୍କୁଲ ରୂପାନ୍ତରୀକରଣରେ କରାଯାଇଥିବା ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ୍, ସ୍ମାର୍ଟ ଲାବ୍ରୋଟାରୀ ଆଦିର ସେ ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.

20 + twelve =