ଡେଲାଙ୍ଗରେ କୁମାର ପୂର୍ଣ୍ଣିମା ଓ ଲକ୍ଷ୍ମୀପୂଜା ପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ବିଭିନ୍ନ ପୁରପଲ୍ଲୀରେ କୁମାରୀମାନେ ଖୁବ ଉତ୍ସାହ ଓ ଆନନ୍ଦ ସହକାରେ କୁମାର ପୂର୍ଣ୍ଣିମା ପାଳନ କରିଛନ୍ତି । ପ୍ରଭାତରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନ ସହ ଗାଁ ବୃନ୍ଦାବତୀ ନିକଟରେ ଆଞ୍ଜୁଳି ଟେକିଥାନ୍ତି । ପରମ୍ପରା ଅନୁଯାୟୀ ଚନ୍ଦ୍ରଙ୍କ ପରି ଜୀବନ ସାଥୀ ପାଇବାର ଆଶା/ ବିଶ୍ୱାସ ରଖି କୁମାରୀମାନେ ସନ୍ଧ୍ୟା ଆକାଶରେ ଚନ୍ଦ୍ର ଦେଖିଲାପରେ ନିଜକୁ ସଜବାଜ କରି ବୃନ୍ଦାବତୀଙ୍କ ନିକଟରେ ସମସ୍ତେ ଏକାଠି ହୋଇ ଚାନ୍ଦ ପୂଜା କରିଥିବାର ଦେଖିବାକୁ ମିଳିଛି । ସେହିପରି ଲକ୍ଷ୍ମୀପୂଜା ପର୍ବ ମଧ୍ୟ ମହାସମାରୋହରେ ପାଳିତ ହୋଇଛି । ସାଉରିଆ, ଘନିପୁର ଓ ଡେଲାଙ୍ଗର ବିଭିନ୍ନ ସ୍ଥାନରେ ଯୁବଗୋଷ୍ଠୀଙ୍କ ଦ୍ୱାରା ସୁସଜିତ ମଣ୍ଡପ ସାଙ୍ଗକୁ ସୁଦୃଶ୍ୟ ଆଲୋକ ସଜା ମଧ୍ୟରେ ମା’ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଟିତ ହୋଇଅଛି । ସନ୍ଧ୍ୟାରେ ବିଭିନ୍ନ ପୂଜାମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ଭକ୍ତ, ଶ୍ରଦ୍ଧାଳୁ ଏବଂ କୁମାରୀମାନଙ୍କ ଭିଡ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

4 + 18 =