pr

ବଲାଙ୍ଗିରର ନୂତନ ସ୍ମାର୍ଟ ପାର୍କର ନାମ ‘ବଲାଙ୍ଗିର ଇକୋ ରିଟ୍ରିଟ୍‌ ପାର୍କ’

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ଭାବେ ନିର୍ମିତ ସ୍ମାର୍ଟ ପାର୍କର ନାମକରଣ ଉଦ୍ଦେଶ୍ୟରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ପୌର ପରିଷଦର ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ବୈଠକ ଆୟୋଜିତ ହୋଇଥିବା ବେଳେ ଏଥିରେ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କ ସହ ସମସ୍ତ କାଉନ୍‌ସିଲର୍‌ ଉପସ୍ଥିତ ରହି ସ୍ମାର୍ଟ ପାର୍କର ନାମକରଣ ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ତେବେ ସଂପୃକ୍ତ ସ୍ମାର୍ଟ ପାର୍କର ନାମ ‘ବଲାଙ୍ଗିର ଇକୋ ରିଟ୍ରିଟ୍‌ ପାର୍କ’ ରଖାଯିବାକୁ ବୈଠକରେ ସ୍ଥିର ହୋଇଥିବା ଅଧ୍ୟକ୍ଷା ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବଲାଙ୍ଗିର କଳାସଂସ୍କୃତି, ଐତିହ୍ୟ ପରମ୍ପରାର ଏକ ସିଦ୍ଧପୀଠ ହୋଇଥିବା ବେଳେ ଏହାକୁ ଆଖିଆଗରେ ରଖି ଏକ ସ୍ୱତନ୍ତ୍ର ବୈଠକରେ ସ୍ମାର୍ଟ ପାର୍କର ନାମକରଣ କରାଯାଇଛି । ଆସନ୍ତା ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ପାର୍କ ଉଦ୍‌ଘାଟିତ ହେବ ବୋଲି ସେ କହିଛନ୍ତି । ଏହି ସ୍ମାର୍ଟ ପାର୍କରେ ପିଲା ଠୁ ବୁଢ଼ା ସମସ୍ତଙ୍କ ମନୋରଂଜନ ପାଇଁ ସମୃଦ୍ଧ ବ୍ୟବସ୍ଥା ରହିଥିବା ବେଳେ ପାର୍କ ଭିତରେ ଏକ ପୋଖରୀ ମଧ୍ୟ ରହିଛି । ଅତ୍ୟାଧୁନିକ କଳା କୌଶଳରେ ପ୍ରସ୍ତୁତ କରାଯାଇଛି ସ୍ମାର୍ଟ ପାର୍କ । ଏହା ବଲାଙ୍ଗିରବାସୀଙ୍କ ମନୋରଂଜନ ପାଇଁ ବେଶ୍‌ ଉପାଦେୟ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି ।

nrusinghnath
Leave A Reply

Your email address will not be published.