ବଡବଜାର ବ୍ୟବସାୟୀ ସଂଘ ପକ୍ଷରୁ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାବା ସାହେବ ଡ଼ଃ.ଭିମାରାଓ ରାମଜୀ ଆମ୍ବେଦକରଙ୍କ ୬୫ ତମ ଶ୍ରାଦ୍ଧବାର୍ଷିକୀ ପାଳନ ପୂର୍ବକ ଏହି ଅବସରରେ ଛତ୍ରପୁର ବଡ ବଜାର ବ୍ୟବସାୟୀ ସଂଘ ଓ ସହରର କିଛି ବଦାନ୍ୟ ବ୍ୟକ୍ତିଙ୍କ ମିଳିତ ସହଯୋଗରେ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ସମ୍ମୁଖ ମା’ଠାକୁରାଣୀଙ୍କ ଆଡ଼ପମଣ୍ଡପ ପରିସରରେ ଛତ୍ରପୁର ବଡ ବଜାର ବ୍ୟବସାୟୀ ସଂଘର ସଭାପତି ସଂଜିତ୍ କୁମାର ରାଉଳଙ୍କ ସଂଯୋଜନାରେ ପ୍ରାୟ ଶତାଧିକ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଡ ବଜାର ବ୍ୟବସାୟୀ ସଂଘର ସମ୍ପାଦକ କେ.ରମେଶ, ଉପସଭାପତି ସୁଶାନ୍ତ କୁମାର ଗୌଡ, ବି. ଶଙ୍କର ରାଓ, ଅଶୋକ ସେନାପତି, ଅନୀ ସେନାପତି, ସତ୍ୟନାରାୟଣ ପାତ୍ରଙ୍କ ସମେତ ବହୁ ସମାଜସେବୀ ଓ ବ୍ୟବସାୟୀମାନେ ଉପସ୍ଥିତ ଥାଇ ଏହି କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

ten − 4 =

error: Content is protected !!