ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଦ୍ୱାରା ରାଜ୍ୟର ୨୨ଟି ଜିଲ୍ଲାରେ ୫୫ଟି ଅତ୍ୟାଧୁନିକ ବସଷ୍ଟାଣ୍ଡର ଶିଳାନ୍ୟାସ

  • ସୁବର୍ଣ୍ଣପୁର ଜିଲ୍ଲାର ୪ ଗୋଟି ବ୍ଲକ ଯଥା- ସୋନପୁର, ବୀରମହାରାଜପୁର, ଉଲୁଣ୍ଡା ଓ ବିନିକାରେ ନିର୍ମାଣ ହେବ ନୂତନ ବସଷ୍ଟାଣ୍ଡ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ମୁଖ୍ୟମନ୍ତ୍ରୀ ଓଡିଶା ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ୨୨ ଗୋଟି ଜିଲ୍ଲା ନିମନ୍ତେ ୫୫ଟି ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଛନ୍ତି । ଏହି ଉପଲକ୍ଷେ ଆଜି ସୁବର୍ଣ୍ଣପୁର ଜିଲ୍ଲା କିଲିଟାରି ସ୍ଥିତ ଓସ୍ୱାନ ହଲ୍‌ଠାର କରୋନା କଟକଣା ପାଳନ ପୂର୍ବକ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ପରିବହନ ବିଭାଗ ସହ ଏକ ସଂଯୋଗୀକରଣ ଶିଳାନ୍ୟାସ କାର୍ଯ୍ୟକ୍ରମ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ତରରେ ଅନୁଷ୍ଠିତ ଏହି ଆଭାସୀ କାର୍ଯ୍ୟକ୍ରମ ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ, ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁର ରବୀନ ପଟ୍ଟନାୟକ, ଅତିରିକ୍ତ ପରିବହନ ଅଧିକାରୀ ଶିବାଶିଷ ସାହୁ, ତହସିଲଦାର ସୋନପୁର, ବୀରମହାରାଜପୁର, ଉଲୁଣ୍ଡା, ବିନିକା ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କର ଦ୍ୱାରା ଆଜି ଶିଳାନ୍ୟାସ କରାଯାଇଥିବା ୪ ଗୋଟି ବ୍ଲକ ନିମନ୍ତେ ଅତ୍ୟାଧୁନିକ ବସଷ୍ଟାଣ୍ଡ ଜିଲ୍ଲାର ସାମଗ୍ରିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ଜନସାଧାରଣଙ୍କ ବହୁଦିନର ଆଶା ଓ ସ୍ୱପ୍ନକୁ ପୂରଣ କରିବ ବୋଲି ଖୁସି ବ୍ୟକ୍ତ କରିବା ସହ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି । ଏହି ସମୟ ପୋଯୋଗୀ କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ନୂତନ ଉତ୍ସାହ ଓ ଆନନ୍ଦ ଭରି ଦେଇଛି ।

Leave A Reply

Your email address will not be published.

17 − seventeen =