ppurohit

ବଲାଙ୍ଗିରର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୪୦.୫ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ୫-ଟି ସଚିବ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଅବସରରେ ଆଜି ରାଜେନ୍ଦ୍ର ୟୁନିଭର୍‌ସିଟିର ପ୍ଲେ ଗ୍ରାଉଣ୍ଡରେ ଆୟୋଜିତ ଏକ ବିଶାଳ ଛାତ୍ର ସମାବେଶକୁ ଉଦ୍‌ବୋଧନ ଦେଇଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ । ସେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭାବ ବିନିମୟ କରିବା ସହ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ବଲାଙ୍ଗିରର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସେ ଘୋଷଣା କରିବା ସହ ବଲାଙ୍ଗିର ଜିଲ୍ଲାର ହାୟର୍‌ ସେକେଣ୍ଡାରୀ ସ୍କୁଲ ପାଇଁ ୨୪.୭୬ କୋଟି ଟଙ୍କାର ୬୯ଟି ପ୍ରକଳ୍ପ, ଡିଗ୍ରୀ କଲେଜ ଗୁଡ଼ିକର ଉନ୍ନତି ପାଇଁ ୧୫.୭୫ କୋଟି ଟଙ୍କାର ୨୮ଟି ପ୍ରକଳ୍ପ, ସମୁଦାୟ ୪୦.୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁର କରିଛନ୍ତି ବୋଲି ତାଙ୍କ ଉଦ୍‌ବୋଧନରେ ଶ୍ରୀ ପାଣ୍ଡିଆନ୍‌ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶୃଙ୍ଖଳା ରକ୍ଷା ପାଇଁ ବଲାଙ୍ଗିର ପୋଲିସ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ, ରାଜେନ୍ଦ୍ର ୟୁନିଭର୍‌ସିଟି ଅଧିନରେ ବିଭିନ୍ନ କଲେଜରୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଆସି ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ।

Leave A Reply

Your email address will not be published.