csstore

ଟିଟିଲାଗଡ଼ ମାରୱାଡ଼ି ଯୁବା ମଞ୍ଚ ତରଫରୁ ଦୁଇ ଦିନିଆ ନିଶୁଳ୍କ ଦିବ୍ୟାଙ୍ଗ ଅଙ୍ଗ ପ୍ରତ୍ୟାରୋପଣ ଶିବିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମାରୱାଡ଼ି ଯୁବା ମଞ୍ଚ ତରଫରୁ ଗୁରୁବାର ଦିନ ଅସହାୟ ଦିବ୍ୟାଙ୍ଗ ମାନଙ୍କ ପାଇଁ ରାଜସ୍ଥାନ ଜୟପୁରର ମହାବୀର ଫୁଟ ସେଣ୍ଟରର ମିଳିତ ତତ୍ତ୍ଵାବଧାନରେ ଏକ ନିଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବିର ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ସଭାପତି ଜଗଦୀଶ କମାନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଯାହାର କାନକୁ ଶୁଭୁନି ସେମାନଙ୍କୁ ହିଅରିଂ ଏଡ୍, ଯେଉଁମାନେ ଗୋଡହାତ ହରାଇଛନ୍ତି ସେମାନଙ୍କୁ କୃତ୍ରିମ ହାତଗୋଡ ଯୋଗାଇ ଦିଆଯାଉଛି । ସେବା ଓ ସହଯୋଗର ବାର୍ତ୍ତା ଦେବା ତଥା ବିକଳାଙ୍ଗ ମୁକ୍ତ ଭାରତ ନିର୍ମାଣର ଲକ୍ଷ୍ୟ ରଖି ଏହି ଶିବିରର ଆୟୋଜନ କରାଯାଉଥିବା ପୂର୍ବତନ ଅଧ୍ୟକ୍ଷ ଶ୍ରୀକାନ୍ତ ଅଗ୍ରୱାଲ ନିଜ ବକ୍ତବ୍ୟରେ କହିଥିଲେ । ନିଜକୁ ଅସହାୟ ଭାବୁଥିବା ଲୋକଙ୍କୁ ସକ୍ଷମ କରାଇବା ତଥା କାହା ଭରସାରେ ନ ରହି ନିଜେ ନିଜର କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବେ ବୋଲି ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଏହି ସେବା କାର୍ଯ୍ୟ କରାଯାଉଛି । ଏହି ଶିବିରକୁ ପରିଚାଳନା କରିବାରେ ଯୁବା ମଞ୍ଚର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ରିଙ୍କୁ ଅଗ୍ରୱାଲ, ଯୁବାମଞ୍ଚର ସମ୍ପାଦକ ଯୁବା ରାଜେଶ ଶର୍ମା, ଅମର ଜୈନ, ଆଶିଷ ଜୈନ, ରାକେଶ ଜୈନ, ନୀତେଶ ଜୈନ, ସୁନିଲ ଗୋୟଲ୍, କୁଲଦୀପ ଜୈନ, ପ୍ରୋଜେକ୍ଟ ଡାଇରେକ୍ଟର ଅଙ୍କିତ ଗୁପ୍ତା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.