csstore

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଧର୍ମଶାଳା, (କେପିଏନ୍‌ଏସ୍‌) : ଧର୍ମଶାଳା ଜୁନିୟର ମହାବିଦ୍ୟାଳୟ, ଧର୍ମଶାଳା, ସୁବର୍ଣ୍ଣପୁରରେ ଛାତ୍ରୀ ଆତ୍ମ ସୁରକ୍ଷା ତଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ତାଲିମ ଶିବିରର ପରିସମାପ୍ତି ପର୍ବରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି ଉଦ୍‌ଯାପନୀ ଉତ୍ସବରେ କେଶନ ଜଗଦଲା, ସରପଂଚ, ମୁଣ୍ଡୋଘାଟ ଗ୍ରାମ ପଂଚାୟତ, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମହିଳା ସୁରକ୍ଷା ତାଲିମ ଶିବିରର ଉପକାରିତା ଓ ଏଥିପ୍ରତି ସରକାରଙ୍କର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ । ଇଂରାଜୀ ବିଭାଗର ପ୍ରାଧ୍ୟାପକ ସୌମିତ୍ରୀ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନାରୀଶକ୍ତିକୁ ସମ୍ମାନ ଦେଇ ଜାଣିଲେ ଦେଶ ଏକ ସୁସଂସ୍କୃତ ଦେଶ ଭାବରେ ପରିଗଣିତ ହେବ ବୋଲି ମତ ରଖିଥିବା ସ୍ଥଳେ କ୍ରୀଡ଼ା ପ୍ରଶିକ୍ଷକ ଗୋବିନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଗଦାଧର ପ୍ରଧାନ, ନୀଳାମ୍ବର ଝାଂକର ପ୍ରମୁଖ କର୍ମଚାରୀ ବୃନ୍ଦ ଉତ୍ସବରେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ପ୍ରଶିକ୍ଷିକା ସୁଶ୍ରୀ ଶ୍ୱେତାରାଣୀ ମହାପାତ୍ର ଓ ସୁଶ୍ରୀ ଅଙ୍କିତା କହଁର ଏବଂ ପ୍ରଶିକ୍ଷଣ ନେଇଥିବା ୯୫ ଜଣ ଛାତ୍ରୀଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.