csstore

ନବମ ବର୍ଷ ପୂର୍ତ୍ତି ଅବସରେ ୧୦୮ ଚିକିତ୍ସା ହେଲେଥ୍‌ କେଆର୍‌ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ରକ୍ତଭଣ୍ଡାର ଠାରେ ନବମ ବର୍ଷ ପୂର୍ତ୍ତି ଅବସରେ ୧୦୮ ଚିକିତ୍ସା ହେଲେଥ୍‌ କେଆର୍‌ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର କୁମାର୍ ଗୌରବ ରଥ ଓ ସୁରେଶ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଦ୍ୱାରା ମୋଟ ୧୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଏହି ଶିବିରରେ ଛନ୍ଦା ଚରଣ ସାହୁ, ବିନୋଦ ଖମାରି, ଜିତେନ୍ଦ୍ର ହରପାଳ, ଲବଣି ମାଝୀ, ଗୌରାଙ୍ଗ ପୁଟେଲ, ରଥି ପାଣ୍ଡେ, ନୀଳାମୟ ସାହୁ, ଯଯାତି କେଶରୀ ମହାପାତ୍ର, ଜୟପ୍ରକାଶ ପଟେଲ, ଆଶୁତୋଷ ପଣ୍ଡା, ଅବେଦ ନାଗ, ଖଗେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇ ରକ୍ତଦାନ କରିଥିଲେ ।

jayashree
Leave A Reply

Your email address will not be published.