csstore

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶ କ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ତା ୧୦ ଡିସେମ୍ବର ୨୦୨୪ ରିଖ ମଙ୍ଗଳବାରରେ ଅନୁଷ୍ଠିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସାକ୍ଷରତା ଶିବିରରେ ବ୍ରହ୍ମପୁର ଡିଭିଜନର ଆସିଷ୍ଟାଣ୍ଟ ସୁପେରିଟେଣ୍ଡ ଅଫ୍ ପୋଷ୍ଟ, ଲଲାଟେନ୍ଦୁ କେଶରୀ, ସିନିୟର୍ ବ୍ରାଞ୍ଚ ମ୍ୟାନେଜର୍ ଅଫ୍ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ସମ୍ପତ ଭେଙ୍କଟ ରମଣ୍, ପୋଷ୍ଟାଲ୍ ଲାଇଫ୍ ଇନସୁରାନ୍ସ ଡେଭେଲପମେଣ୍ଟ ଅଫିସର ରୁଦ୍ର ଶଙ୍କର ସାହୁ, ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତିର ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକ ଅତିଥିଭାବେ ଯୋଗ ଦେଇଥିଲେ । ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ସୁରକ୍ଷିତ ସଞ୍ଚୟ, ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ବୀମା, ଓଡିଶା ସରକାରଙ୍କ ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଉଠାଣ ସମ୍ବନ୍ଧରେ ଆଲୋଚନା କରଯାଇଥିଲା । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ସ୍ଵାଭିମାନ ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଓ ପୋଷ୍ଟାଲ ଏଜେଣ୍ଟମାନେ ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.