csstore

ଚଳିତ ବର୍ଷ ଟିଟିଲାଗଡ଼ର ୭୫ ତମ ମହାଶିବରାତ୍ରି ମେଳା ଲୋକ ଦେଖିବେ ନୂତନ ଭାବେ – ସାମ୍ବାଦିକ ସମ୍ମିଳନୀରେ କହିଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି ମହା ଶିବରାତ୍ରି ମେଳା। ରବିବାର ସନ୍ଧ୍ୟାରେ ଶିବରାତ୍ରି ମେଳା ପାଇଁ ପ୍ରସ୍ତୁତି ସରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀର ବ୍ୟବସ୍ଥା କରାଯାଇଥିଲା। ପ୍ରଥମେ କୁମୁଡ଼ା ପାହାଡ ଉପରେ ହୋଇଥିବା ଲାଇଟ ବ୍ୟବସ୍ଥାର ଉଦ୍‌ଘାଟନ କରିଥିଲେ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ । ଏହାପରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ଅବସରରେ ଟ୍ରଷ୍ଟି ସଞ୍ଜୀବ ପାଢ଼ୀ ଅତିଥିଙ୍କୁ ସ୍ୱାଗତ କରିବା ସହ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ଲୋକଙ୍କ ଚାଲିବା ପାଇଁ ଗ୍ରୀନ ମେଟର ବ୍ୟବସ୍ଥା ସହ ମେଳାକୁ ପଲିଥିନ ମୁକ୍ତ ମେଳା କରିବା ପାଇଁ ନିଜ ଘରୁ ମୁଣା ଆଣିବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଲୋକଙ୍କ ସହଯୋଗରେ ଟିଟିଲାଗଡ଼ର ବିକାଶ କରିବୁ ବୋଲି କହିବା ସହ ବିଧାୟକ ପ୍ରାୟ ଏକ ମାସ ଧରି ଏହି ମେଳାର ତଦାରଖ କରୁଥିବା କହିଥିଲେ । ବିଧାୟକ ନବୀନ ଜୈନ ଚଳିତ ବର୍ଷ କୁମୁଡା ପାହାଡ ଉପରକୁ ଯିବା ପାଇଁ ସୁନ୍ଦର ଲାଇଟ ବ୍ୟବସ୍ଥା, ଦୋଳି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥାନ ସମ୍ପ୍ରସାରଣ କରିବା ସହ ବାହାରୁ ତଥା ସ୍ଥାନୀୟ ଲୋକ ଯେଉଁମାନେ ମେଳାରେ ଦୋକାନ ଲଗାଇଥାନ୍ତି, ସେମାନଙ୍କ ପାଇଁ ଦୋକାନ ଭଡ଼ାର ୧୦ ପ୍ରତିଶତ ଛାଡ କରିଥିବା କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମେଳା ପାଇଁ ନିମନ୍ତ୍ରଣ କରିଛନ୍ତି । ତା’ସହ ଶିବରାତ୍ରି ମେଳା ଦିନ ଦେଶୀ ମଦଭାଟି, ଏଫ୍‌ଏଲ୍‌ ସୋପ ତଥା ସହରର ସମସ୍ତ ଆମିଷ ଦୋକାନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ ।

jayashree
Leave A Reply

Your email address will not be published.