jsm

ମହତାବ ଶିଶୁ ସାହିତ୍ୟ ସଂସଦର ଶିଶୁ ଦିବସ ପାଳିତ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶିଶୁ ରାଷ୍ଟ୍ରର ପ୍ରାଣ, ଦେଶର ଆତ୍ମା, ଜାତିର ଭବିଷ୍ୟତ, ସେମାନଙ୍କ ମୁଖରେ ହସ ଫୁଟାଇବା ସମାଜର ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ । ଶିଶୁ ସମାଜର ଉନ୍ନତି ହେଲେ ଦେଶର ଉନ୍ନତି ହେବ । ଚାଚା ନେହେରୁଙ୍କ ଶିଶୁ ପ୍ରେମ ବାସ୍ତବରେ ନିଆରା, ତାଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ପାଳନ କରିବାର ଯଥାର୍ଥତା ରହିଛି ବୋଲି ବରଗଡ଼ ମହତାବ ଶିଶୁ ସାହିତ୍ୟ ସଂସଦ, ଶିଶୁଶ୍ରୀ ଏବଂ ଶିଶୁ ପତ୍ରିକା କଲାମାଣିକର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିଶୁ ଦିବସ ପାଳନ ଅବସରରେ ବକ୍ତାମାନେ ମତପ୍ରକାଶ କରିଥିଲେ । ସମ୍ବଲପୁର ଗୋଶାଳା ନିକଟସ୍ଥ ମରିଙ୍ଗୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ସଭାରେ ରମେଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନସ ରଞ୍ଜନ ପଣ୍ଡା, ଭଗବାନ ବେହେରା, ମନୋରଞ୍ଜନ ସେଠ, ମଞ୍ଜୁଶ୍ରୀ ଭୋଇ, ପ୍ରମୋଦିନୀ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସଭାକୁ ସ୍କୁଲର ପ୍ରଧାନ ଶିକ୍ଷକ ପିତାମ୍ବର ନନ୍ଦ ସଭାପତିତ୍ୱ କରିଥିଲା ବେଳେ ଏହାକୁ ସୁବାଷ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଡଃ ରବିନାରାୟଣ ସାହୁ ତତ୍ୱାବଧାନରେ ପରିଚାଳିତ ହୋଇଥିଲା ।

yuvodaya
Leave A Reply

Your email address will not be published.