jayashree

ସ୍ଵର୍ଗତ ସତ୍ୟଭୂଷଣ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର, ପୂର୍ବତନ ବିଧାୟକ, ବିଶିଷ୍ଟ ରାଜନୀତିଜ୍ଞ ତଥା ସମାଜସେବୀ ସ୍ଵର୍ଗତ ସତ୍ୟ ଭୂଷଣ ସାହୁଙ୍କ ସ୍ମୃତି ଚାରଣ ସହିତ ପରମପିତା ପରମେଶ୍ଵରଙ୍କ ନିକଟରେ ଅମରାତ୍ମାଙ୍କ ସଦଗତି କାମନା ନିମନ୍ତେ ବିଦ୍ୟାଳୟର ସଭା ଗୃହଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ଅନୀଳ କୁମାର କାଳିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ର-ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶରତ ବଡପଣ୍ଡା, ନିମାଇଁ ସ୍ଵାଇଁ, ସଂଜୟ ସାହୁ, ଭବାନୀ ସ୍ଵାଇଁ, ନନ୍ଦ କିଶୋର ଶ୍ରୀବାସ୍ତବ, ବିଜୟ କୁମାର ରାଓ, ସନ୍ତୋଷ ପାଣିଗ୍ରାହୀଙ୍କ ସହିତ ଅନ୍ୟାନ୍ୟ ପୁରାତନ ଛାତ୍ରବୃନ୍ଦ ସ୍ଵର୍ଗତ ସାହୁଙ୍କ ପ୍ରତିଛବିରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ପରମାତ୍ମାଙ୍କ ନିକଟରେ ନୀରବ ପ୍ରାର୍ଥନା ପରେ ପରେ ଗିରିଶ ଚନ୍ଦ୍ର ନାୟକ, ପୀତାମ୍ବର ସାହୁ, କୁସୁମ କୁମାର ରାଓ, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ବିନୋଦ କୁମାର କାଳିଆ, ନୀଳମଣି ପଣ୍ଡା, ଡୋଳାମଣି ମାହାର, ଟାଇଲ ଚନ୍ଦ୍ର ଭୋଇ, ଅନୀଳ କୁମାର କାଳିଆ, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ପ୍ରମୁଖ ସ୍ଵର୍ଗତ ସତ୍ୟଭୂଷଣ ସାହୁଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ମହାଦେବ ବେହେରା ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.