
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱର୍ଗତ ରୋଷନ ଅଗ୍ରୱାଲଙ୍କ ଧର୍ମପତ୍ନୀ କିରଣ ଦେବୀ ଅଗ୍ରୱାଲଙ୍କୁ ତାଙ୍କ ବାସଭବନରେ ଆଜି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ ଫଟୋଚିତ୍ର ମାଲ୍ୟାପର୍ଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱର୍ଗତ କିରଣ ଦେବୀ ଅଗ୍ରୱାଲ ଜଣେ ସମାଜସେବୀ ଭାବେ ଅନେକ ଲୋକଙ୍କ ସେବା ସହ ଜଣେ ପ୍ରଚଣ୍ଡ ରାଷ୍ଟ୍ରଭକ୍ତ ଥିଲେ ବୋଲି ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ନିଜର ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତା କିରଣ ଦେବୀଙ୍କ ତିନିପୁଅ ସୁରେଶ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ଆଦର୍ଶ ଅଗ୍ରୱାଲ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନଗର ସଭାପତି ସୁନୀଲ ଅଗ୍ରୱାଲ, ଡା ନାରାୟଣ ପୁରୋହିତ, ଯୁବନେତା ୱାରିସୀ ମହମ୍ମଦ, ପ୍ରମୋଦ ମେହେର, ସେବକ ମେହେର, ସରୋଜ ସାମଲ, ଯୋଗେନ୍ଦ୍ର ଭୋଇ, ଶ୍ରୀମତୀ ଜ୍ୟୋସ୍ନରାଣୀ କରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।