csstore

କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ସ୍ବାଭାବ କବି ଗଙ୍ଗାଧର ମେହେରଙ୍କ ୯୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମହାତ୍ମାଗାନ୍ଧୀ ମାର୍ଗରେ ଥିବା କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେହିପରି କବିଙ୍କ ଜନ୍ମ ପୀଠ ବରପାଲି ଠାରେ ମଧ୍ୟ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଥିଲା । ଭୁଲିଆ ସମାଜ, ଗଙ୍ଗାଧର ସାହିତ୍ୟ ପରିଷଦ, ଗଙ୍ଗାଧର କଳା ପରିଷଦ ପକ୍ଷରୁ ପାଳନ କରାଯାଇଥିଲା । କବି ଗଙ୍ଗାଧର ମେହେରଙ୍କ ସମାଧିପୀଠ, ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ କବିଙ୍କ ପୂର୍ଣ୍ଣ ବୟାବୟ ମୂର୍ତ୍ତି , ନୂତନ କବି କୁଟିର ଏବଂ ଭୁଲିଆ ସମାଜ ଧର୍ମଶାଳା ଠାରେ କୋଭିଟ ନିୟମାନୁସାରେ ପାଳନ କରାଯାଇଥିଲା । ଏଥିରେ ବିଜେପୁର ବିଧାୟିକା ରୀତା ସାହୁ, ମହେନ୍ଦ୍ର ମେହେର, ସୁରେନ୍ଦ୍ର ମେହେର, ନିରଞ୍ଜନ ମେହେର, ବିରେନ୍ଦ୍ର ନାଗ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.