ଜାତୀୟ ଜୁନିୟର କିକ୍‌ ବକ୍ସିଂରେ ବଲାଙ୍ଗିରର ସଫଳତା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୋର୍ଦ୍ଧାର କେଟି ଗ୍ଲୋବାଲ ସ୍କୁଲରେ ମଇ ୩୦ରୁ ଜୁନ ୩ ତାରିଖ ପର୍ଯ୍ୟନ୍ତ ଜାତୀୟ ଜୁନିୟର କିକ୍‌ ବକ୍ସିଂ ଚମ୍ପିୟାନସିପ୍‌ ଅନୁଷ୍ଠିତ ହୋଇଥିଲା । ଏହି ଚମ୍ପିୟାନସିପ୍‌ରେ ବଲାଙ୍ଗିର ଆମେଚର୍‌ କିକ୍‌ ବକ୍ସିଂ ସଂଘର କିକ୍‌ ବକ୍ସିଂ ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠଙ୍କ ତତ୍ୱାବଧାନରେ ଦୁଇ ଝିଅ ଅଭିପ୍‌ସା ହୋତା ଓ କିରନ ସେଠ ଜାତୀୟ ଜୁନିୟର କିକ୍‌ ବକ୍ସିଂରେ ଭାଗ ନେଇଥିଲେ । ଅଭିପ୍‌ସା ହୋତା ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ କାଂସ୍ୟ ପଦକ ଏବଂ କିରନ୍‌ ସେଠ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରି ଆମ ରାଜ୍ୟ ଓ ବଲାଙ୍ଗିର ଜିଲ୍ଲାର ଗର୍ବ ରଖିଥିଲେ । ଏହି ସଫଳତାରେ ସ୍ପୋର୍ଷ୍ଟ ଅଫିସର ପରାଶର ବାଗ, ରାଜ୍ୟର କିକ୍‌ ବକ୍ସିଂ ସଂଘର ସଭାପତି କର୍ତ୍ତିକ ଡାକୁଆ, କିକ୍‌ ବକ୍ସିଂ ସଂଘର ସଭାପତି ଅଯୋଧ୍ୟା ମିଶ୍ର, ସଂପାଦକ ଭଗବାନ କୁମ୍ଭାର, କରାଟେ ସଂଘର ସଂପାଦକ ହୃଦୟ ଶବର, ବଦ୍ରିନାଥ ହୋତା, ମୁରଲି ମହାକୁର, ସୁରେନ୍ଦ୍ର ସାହୁ, ମାନଗୋବିନ୍ଦ ମେହେର, ରାଜେନ୍ଦ୍ର ବାଗ ଏବଂ ଅଭିଭାବକମାନେ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.