jayashree

ଆନ୍ତଃ ଜିଲ୍ଲା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ର ଚତୁର୍ଥ ଦିବସ

  • ବାଳକ ଓ ବାଳିକା ଉଭୟ ବର୍ଗରେ ବରଗଡ଼ ଓ ସମ୍ବଲପୁର ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଚତୁର୍ଥ ଦିବସ ବାଳକ ବର୍ଗ ପ୍ରଥମ ଖେଳରେ ବରଗଡ଼ ୧-୦ ଗୋଲରେ ସୁବର୍ଣ୍ଣପୁରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ଓ କ୍ରୀଡ଼ା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା ଯୋଗ ଦେଇଥିଲେ । ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଓ ବରିଷ୍ଠ ସଦସ୍ୟ ଡ଼ା. ସିଦେ୍ଧଶ୍ୱର ମିଶ୍ର ମଂଚାସୀନ ଥିଲେ । ଖେଳକୁ ଶୁଭ୍ରଜିତ ସ୍ୱାଇଁ, ସଞ୍ଜନ କୁଦେଇ, ମଳୟ ଘିଭେଲା ଓ ଦେବାଶିଷ ବାଗ ପରିଚାଳନା କରିଥିଲେ । ଦ୍ୱିତୀୟ ଅପରାହ୍ନ ବାଳକ ଖେଳରେ ସମ୍ବଲପୁର ୬-୨ ଗୋଲରେ ନୂଆପଡ଼ାକୁ ହରାଇ ବିଜୟୀ ହେଲା । ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଓ କ୍ରୀଡ଼ା ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଓ ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର ମଂଚାସୀନ ଥିଲେ । ଖେଳକୁ ସଞ୍ଜନ କୁଦେଇ, ଯଶୋବନ୍ତ ମାଝୀ, ଗୌରହରି ପୁଟେଲ ଓ ଜିତେନ୍ଦ୍ର ପାତ୍ର ପରିଚାଳନା କରିଥିଲେ । ଉଭୟ ବାଳକ ବର୍ଗ ଖେଳରେ ନବୀନ ନାଏକ ମ୍ୟାଚ୍‌ କମିଶନର ଥିଲେ । ସେହିପରି ପଲ୍ଲିଶ୍ରୀ ଷ୍ଟାଡ଼ିୟମ, ସଦାଇପାଲି ଠାରେ ବାଳିକା ବର୍ଗ ପ୍ରଥମ ଖେଳରେ ବରଗଡ଼ ୧୨-୦ ଗୋଲରେ ସୁବର୍ଣ୍ଣପୁରକୁ ହରାଇ ବିଜୟୀ ହୋଇଛି । ଖେଳକୁ ସୀତା ମାରାଣ୍ଡି, ପପୁନ ବେହେରା, ମନୋରଞ୍ଜନ ମାଝୀ ଓ ଅନିତା ମହାନନ୍ଦ ପରିଚାଳନା କରିଥିଲେ । ଦ୍ୱିତୀୟ ଅପରାହ୍ନ ବାଳିକା ବର୍ଗ ଖେଳରେ ସମ୍ବଲପୁର ୧୨-୦ ଗୋଲରେ ନୂଆପଡ଼ାକୁ ହରାଇ ବିଜୟୀ ହେଲା । ଓଡ଼ିଶା ଫୁଟବଲ ଏସୋସିଏସନ୍‌ ତଥା ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ରଙ୍କ ତତ୍ୱାବଧାନ ଖେଳରେ ଡା. ସୁରେଶ ପ୍ରଧାନ ଓ କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ୱାଲ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ସଦାନନ୍ଦ ସାହୁ, ସୌରଭ ନାଏକ, ମାମା ସିଂ ଓ ପ୍ରିୟଙ୍କା ବିଶି ପରିଚାଳନା କରିଥିଲେ । ଉଭୟ ବାଳିକା ଖେଳରେ ସୁରେଶ କୁମାର ଦାଶ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇ ଥିଲେ ।

Leave A Reply

Your email address will not be published.