ଡାକ୍‌ରା ଗ୍ରାମରେ ନାଗସାପ କାମୁଡାରେ ଜଣେ ମହିଳା ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଡାକ୍‌ରା ଗ୍ରାମରେ ଆଜି ଜଣେ ମହିଳାଙ୍କୁ ନାଗସାପ କାମୁଡି ଦେଇଥିବା ବେଳେ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ମହିଳା ଜଣକ ଡାକ୍‌ରା ଗ୍ରାମର କୁନ୍‌କୁ ମଲ୍ଲିକ ବୋଲି ଜଣାପଡିଛି । ସୂଚନା ଅନୁସାରେ କୁନ୍‌କୁ ମଲ୍ଲିକ ନିଜ ଘରେ ଥିବା ବେଳେ ଆଜି ତାଙ୍କୁ ଏକ ନାଗ ସାପ କାମୁଡ଼ି ଦେଇଥିଲା । ଫଳରେ ତାଙ୍କୁ ଗୁରତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ କଂଟାବାଂଜି ଓ ଏବେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.

1 + seven =