pakka

ଶଙ୍ଖନାଦ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

bbehera

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସିମିଳିପଦର ଗ୍ରା.ପ. ପତ୍ରପାଲିର ସାଂସ୍କୃତିକ ଅନୁଷ୍ଠାନ ଶଙ୍ଖନାଦ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅବସରରେ ବହୁଚର୍ଚିତ ନାଟକ ସଂଧ୍ୟାତାରା ଅନୁଷ୍ଠିତ ଗତକାଲି ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ହରିହର ପ୍ରଧାନ ଯୋଗଦେଇ ଥିଲେ । ଅନ୍ୟତମ ନିମନ୍ତ୍ରିତ ଅତିଥି ଭାବେ ଆଇନଜୀବୀ ରାଧାକାନ୍ତ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କେଦାରନାଥ ସାହୁ, ଯୁବଉଦ୍ୟୋଗୀ ମୁନା ମିଶ୍ର, ଯୁବ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଓଁମପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ନାଟ୍ୟକାର ତଥା ନାଟ୍ୟ ନିର୍ଦେଶକ ଲକ୍ଷ୍ମଣ ମହାପାତ୍ର ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରଂଜୁ ଅମାତ ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ନାଟ୍ୟପ୍ରେମୀ ନରେନ୍ଦ୍ର ଖେତୀ ଧନ୍ୟବାଦ ଅର୍ପଣ କରିଥିଲେ । ଶୀତରାତିକୁ ମଧ୍ୟ ଦର୍ଶକ ଖାତିର ନକରି ନାଟକ ଦେଖିବାର ମଜା ମଧ୍ୟରାତ୍ର ପର୍ଯ୍ୟନ୍ତ ନେଇଥିଲେ । ଚିନ୍ତାମଣି ଜେନାଙ୍କ ରଚିତ ନାଟକଟି ଏକ ସଂସ୍କାର ଧର୍ମୀ ନାଟକଟିକୁ ନାଟ୍ୟକାର ଲକ୍ଷ୍ମଣ ମହାପାତ୍ର ନିର୍ଦେଶନାରେ ସ୍ଥାନୀୟ କଳାକାର ମାନେ ନାଟକଟିରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏଥିରେ କଣ୍ଟାମାଲ, ପଲସାଗୋରା, ଖଟଖଟିଆ, ଗବଜୋର, ଲୋକାପଡା ଅଞ୍ଚଳର ହଜାର, ହଜାର ଦର୍ଶକ ଉପଭୋଗ କରିଥିଲେ ।

jay balangir
Leave A Reply

Your email address will not be published.

4 × two =