pakka

ଲୋଇସିଂହା ବାରିକ ସମାଜର ସାଙ୍ଗଠନିକ କାର୍ଯ୍ୟକ୍ରମ

bbehera

ଲୋଇସିଂହ, (ବିମଳେନ୍ଦୁ ସାହୁ) : ଲୋଇସିଂହ ବ୍ଲକ ବାରିକ ସମାଜର ଏକ ସାଙ୍ଗଠନିକ ସଭା ବ୍ଲକ ସଭାପତି କିଶୋର ବାରିକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବାରିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଭାପତି କଂଗାଲୁ ବାରିକ, ଉପ ସଭାପତି ନବୀନ କୁମାର ପଶାୟତ, କାର୍ଯ୍ୟକାରୀ ସଭାପତି ଶଙ୍କର ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସଭାରେ ମୁଖ୍ୟତଃ ସାମାଜିକ ସ୍ତରରେ ଥିବା ସମସ୍ୟା ଉପରେ ଆଲୋଚନା ହେଵା ସହିତ ସମାଧାନ କରଯାଇଥିଲା । ସାମାଜିକ ସଂଗଠନ ଭିତରେ ଫାଟ ସୃଷ୍ଟି କରୁଥିବା କିଛି ମୁଷ୍ଟିମେୟ ବ୍ୟକ୍ତି ବିଶେଷ ପ୍ରତି ସାମାଜିକ ସ୍ତରରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ପ୍ରାରମ୍ଭରେ ଲୋଇସିଂହା ବ୍ଲକ ସମ୍ପାଦକ ସତ୍ୟ ନାରାୟଣ ପଶାୟତ ପୂର୍ଵ ସଭାର ବିବରଣୀ ପଠନ ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ହରିଶଙ୍କର ପଶାୟତ, ସରୋଜ ବାରିକ, ଶିବ ପଶାୟତ, ଋଷଭ ବାରିକ, ଅଭି ବାରିକ, ଗୋବିନ୍ଦ ବାରିକ, ସୋପାଳ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

eighteen + three =

error: Content is protected !!