ଆନ୍ତର୍ଜାତୀୟ ମହିଳା ଦିବସରେ ଖଲ୍ଲିକୋଟ ସଂଗଠନର ଅଂଶଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜଧାନୀ ଭୁବନେଶ୍ୱରର ଅଗ୍ରଣୀ ସଂଗଠନ ସଙ୍ଗିନୀ ଫାଉନଣ୍ଡେସନ୍ ପକ୍ଷରୁ ଜୟଦେବ ଭବନଠାରେ ଗତ ଗୁରୁବାର ସନ୍ଧ୍ୟାରେ ଏକ ମନୋଜ୍ଞ ସାଂସ୍କୃତିକ ଭରା ବାତାବରଣ ମଧ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ସମାହିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପକ୍ଷରୁ ଖଲ୍ଲିକୋଟ ସହରର ଅଗ୍ରଣୀ ସଂଗଠନ ଡ଼ଃ.ଏପିଜେ ଅବଦୁଲ କାଲାମ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଛାତ୍ରଛାତ୍ରୀ, ଖ୍ୟାତାନାମା କଳାକାର, ସାହିତ୍ୟିକ,ସାହିତ୍ୟିକା, କବି, ଶିକ୍ଷକ, ଶିକ୍ଷୟିତ୍ରୀ, ସାମ୍ୱାଦିକ ଯୋଗଦେଇ ନିଜ ନିଜର ପାରଦର୍ଶିତା ପ୍ରଦର୍ଶନ କରି ସମ୍ମାନିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଙ୍ଗିନୀ ଫାଉନଣ୍ଡେସନ୍‌ର ଚେୟାରମେନ୍ ଶ୍ରୀମତୀ ନୀଳିମା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ରାଜ୍ୟ ଶିଶୁ ଆୟୋଗର ଅଧ୍ୟକ୍ଷା ତଥା ନାରୀନେତ୍ରୀ ଜଗତର ଜଣେ କର୍ଣ୍ଣଧାର ଶ୍ରୀମତୀ ବବିତା ପାତ୍ର, ସିନେ ଅଭିନେତ୍ରୀ ପୁନମ୍ ମିଶ୍ର, ଓଲିଉଡ ଷ୍ଟାର ସ୍ଵପ୍ନା ପ୍ରିୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ଶ୍ରୀମତୀ ନିବେଦିତା ରଥ ପ୍ରମୁଖ ବହୁ ଗଣ୍ୟମାନ୍ୟ ନାରୀନେତ୍ରୀ ନାରୀ ଜାଗରଣର ସଂଗଠିକା, ପ୍ରମୁଖ ଯୋଗଦେଇ ବର୍ତ୍ତମାନ ଯୁଗରେ ମହିଳାଙ୍କ ପ୍ରାଧାନ୍ୟ, ଦକ୍ଷତା ହାସଲ ଓ ସୁନାମ ଅର୍ଜନ ଦିଗରେ ବେଶ୍ ଉର୍ଦ୍ଧ୍ବରେ ରହିଛି ବୋଲି ବକ୍ତାମାନେ ଆଲୋକପାତ କରିଥିଲେ । ସଂଗଠନର ପରିଚାଳକ ତପନ ପଣ୍ଡା ଆୟୋଜନା ଓ ପରିଚାଳନା କରିଥିଲେ । ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ୍ୟଙ୍କୁ ମଞ୍ଚରେ ବରେଣ୍ୟ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଇଞ୍ଜିନିୟର ପ୍ରଭାତ କୁମାର ଷଡଙ୍ଗୀ, ବିଶିଷ୍ଟ ସାହିତ୍ୟିକ, ସମାଜସେବୀ ମହାଦେବ ମଲ୍ଲିକ, ସ୍ଥାପତ୍ୟ କଳା ପଣ୍ଡିତ ବିଜୟ କୁମାର ତ୍ରିପାଠୀ, କୁନି ନୃତ୍ୟ ଶିଳ୍ପୀ ଶୁଭସ୍ମିତା ଦାସ, ଖଲ୍ଲିକୋଟ ଆର୍ଟ କଲେଜର ଅଧ୍ୟାପିକା ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ସମୀରା ନାହକ, କବୟିତ୍ରୀ ପ୍ରଭାତୀ କୁମାରୀ ଦାସ, ବିଶିଷ୍ଟ ସମାଜସେବୀ ମିତାଞ୍ଜଳି ମିଶ୍ର, ଲକ୍ଷ୍ମୀ ପ୍ରିୟା ଆଚାର୍ଯ୍ୟ ପ୍ରମୁଖ ଏହି ରାଜ୍ୟସ୍ତରୀୟ ସମାରୋହରେ ସମ୍ମାନିତ ହୋଇଛନ୍ତି ।

Leave A Reply

Your email address will not be published.