ପିପିଲି ବ୍ଲକ ଇନ୍ଦିରା ମୈଦାନଠାରେ ଅନୁଷ୍ଠିତ ସମ୍ମିଳନୀରେ ବିବାଦ

ପିପିଲି : ପିପିଲିରେ ଆଗାମୀ କିଛି ମାସରେ ଅନୁଷ୍ଠିତ ହେବ ଉପନିର୍ବାଚନ। କିନ୍ତୁ ଏହାରି ମଧ୍ୟରେ ପିପିଲି କଂଗ୍ରେସରେ ଫାଟ ଦେଖିବାକୁ ମିଳିଛି । ପିପିଲି ବ୍ଲକ ପାଇଁ ନୂତନ ସଭାପତି ଚୟନ କରାଯାଇଥିବାବେଳେ ଏହି ସଭାରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ପିସିସି ସଭାପତିଙ୍କ ଉପରେ ବର୍ଷିଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ଯୁଧିଷ୍ଠିର ସାମନ୍ତରାୟ ଆଗାମୀ ପିପିଲି ଉପନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିବା ବେଳେ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଅଧୋଗତି ପାଇଁ ଦାୟୀ କଲେ ଜିଲ୍ଲା ସଭାପତି ଏବଂ ରାଜ୍ୟ ସଭାପତି ।

Leave A Reply

Your email address will not be published.