csstore

ରେଙ୍ଗାଲିରେ ବିଜେଡିର କର୍ମୀ ସମ୍ମିଳନୀ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଇଚ୍ଛାପଡା ପଞ୍ଚାୟତ ରେଙ୍ଗାଲି ଗାଁରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୃଷ୍ଣ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଅଜୟ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ଉପସଭାପତି ମିଥିଳା ମାଝୀ, ବ୍ଲକ ସଭାପତି ମୀନକେତନ ପାତ୍ର, ଯୁବ ବିଜେଡି ବ୍ଲକ ସଭାପତି ଚିତ୍ତରଞ୍ଜନ ବାଗ୍‌, ବରିଷ୍ଠ ନେତା ମହେଶ ପୁଟେଲ, ଦିଲ୍ଲୀପ ମହାନ୍ତି, ଏକାଦଶୀ ନାଗ, ସରୋଜ ମେହେର, ଟିକଚନ ମାଝୀ, ରାଜେନ୍ଦ୍ର ପରାଭୁଏ ପ୍ରମୁଖ ଯୋଗ ଦେଇ ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ଉପରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.