jsm

ମୁରିବାହାଲ ବ୍ଲକସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ

csstore

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରବିବାର ଦିନ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକସ୍ତରୀୟ ବିଜେଡି ବରିଷ୍ଠ କର୍ମୀ ଓ ବିଏଲ୍‌ଏ ସଂଯୋଜକମାନଙ୍କୁ ନେଇ ଗୁରୁଣ୍ଡା ଖେଳ ପଡିଆଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ଆବାହନରେ ଓ ବିଜେଡି ଯୁବନେତା ଗିରିରାଜସିଂ ମାଝୀ ଏବଂ ପୂର୍ବତନ ଉନ୍ନୟନ ପରିଷଦ ଉପାଧ୍ୟାକ୍ଷା ନିରୁପମା ମାଝୀଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ବଲାଙ୍ଗିର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ତୁରକେଲା ବ୍ଲକ ସଭାପତି ଆଶାତୁଲ୍ଲା ଖାଁ, ଦେବାର ବାରିକ, ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ମିଥିଲା ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସୁନ୍ଦରମତୀ ବାଗ, ପିଙ୍କି ଖରସେଲ, ଧନଞ୍ଜୟ ମହାନନ୍ଦ, ମହେଶ ପୁଟେଲ ସହିତ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ରହିଥିଲେ । ବୈଠକରେ ଏସ୍‌ଆଇଆର୍‌ ସଚେତନତା ସହିତ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡିର ଶତପ୍ରତିଶତ ବିଜୟ ଲକ୍ଷ ପାଇଁ ଗୁରୁମନ୍ତ୍ର ବିଷୟରେ ଆଲୋଚନା ହୋଇଥିଲା । ଚଳିତ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଂଚାଇବା ନିଜର ଗୁରୁ ଦାୟିତ୍ୱ ବୋଲି ସମସ୍ତେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ବୈଠକରେ ଶହ ଶହ ପରିମାଣରେ ବିଜେଡି କର୍ମକର୍ତ୍ତା ଯୋଗଦାନ କରି ଓଡିଶାର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସଭା ସଂଯୋଜକ ବିଜେଡି ବରିଷ୍ଠ ନେତା ଦିଲୀପ କୁମାର ପୃଷ୍ଟି ମୁରିବାହାଲ ବ୍ଲକ ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ଗୌତମ ଖେତୀଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଣି ସଭା ସଂଯୋଜନା କରିଥିବା ବେଳେ ଅକ୍ଷୟ ସାହୁ ସ୍ୱାଗତ ଅଭିଭାଷଣ ରଖିଥିଲେ ଏବଂ ଫାଲଗୁନୀ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.