
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସନ୍ତୋଷ ସିଂ ସାଲୁଜା (କୁକୁସିଂ) ରବିବାର ମୁରିବାହାଲ ବ୍ଲକର ୨୩ଟି ଜଗନ୍ନାଥ ମନ୍ଦିରକୁ ଯାଇ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ନିମନ୍ତେ ପାଟବସ୍ତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ ଯୁବନେତା ଅମିତ ସିଂ ସାଲୁଜା, ବ୍ଲକ କଂଗ୍ରେସ କମିଟି ସଭାପତି ଗିରିଧାରୀ ସାହୁ, ଯଦୁପତି ଅଗସ୍ତି, ବିଭିଷଣ ମହାନନ୍ଦ, ବିଷ୍ଣୁ ପ୍ରସାଦ ସାହୁ,ବୁଲୁ କୁମ୍ଭାର, ବେଣୁ ପସାୟତ, ଯୁଧାମନ ନାଗ, ଯଦୁମଣି ତାଣ୍ଡି, ପୂର୍ଣ୍ଣଚନ୍ଦ୍ର ପୁଟେଲ, ତେଜରାଜ ଲୁହା, ଗୋପାଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜଗନ୍ନାଥ ମନ୍ଦିରଗୁଡ଼ିକର ପୂଜକ ଓ ଗ୍ରାମବାସୀ ଏହି ପାଟବସ୍ତ୍ର ଗ୍ରହଣ କରିଥିଲେ । ପ୍ରକାଶ ଥାଉକି ଏହି ବର୍ଷ ଭଳି ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ଶ୍ରୀ ସାଲୁଜା ରଥଯାତ୍ରା ସମୟରେ ମୁରିବାହାଲ ବ୍ଲକ ସମେତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସମସ୍ତ ଜଗନ୍ନାଥ ମନ୍ଦିରରେ ଯାଇ ମହାପ୍ରଭୁଙ୍କୁ ପାଟବସ୍ତ୍ର ପ୍ରଦାନ କରିଥାନ୍ତି । ଜଗତର ନାଥ ପ୍ରଭୁ ଜଗନ୍ନାଥ ମୋତେ ଯେତେ ଦିନ ପର୍ଯ୍ୟନ୍ତ ଶକ୍ତି ଦେଇଥିବେ ଏପରି ପ୍ରଭୁଙ୍କ ସେବା ସେ ଜାରି ରଖିବେ ବୋଲି ଶ୍ରୀ ସାଲୁଜା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

