jsm

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଏବଂ ଅସ୍ଥାୟୀ କର୍ମଚାରୀ ସମ୍ମିଳନୀ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘର ସମସ୍ତ ଅସ୍ଥାୟୀ କର୍ମଚାରୀମାନଙ୍କୁ ନେଇ ସାଧାରଣ ସଂପାଦକ ପୁଲିନ ମିଶ୍ରଙ୍କ ନେତୃତ୍ୱରେ ହୋଟେଲ ତ୍ରିବେଣୀରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ, କୋସଲବାଦୀ ନେତା ବିଭୁଦତ୍ତ ମିଶ୍ର, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅଫିସର ସଂଘ ସାଧାରଣ ସଂପାଦକ ଶିତିକଣ୍ଠ ମିଶ୍ର, ଅବସରପ୍ରାପ୍ତ ସଂଘ ସାଧାରଣ ସଂପାଦକ କିଶୋର କୁମାର ପୁରୋହିତ ମଞ୍ଚାସୀନ ଥିଲେ । ଶ୍ରୀ ବିଶି ଉଦ୍‌ବୋଧନ ଦେଇ ଅସ୍ଥାୟୀ କର୍ମଚାରୀଙ୍କ ସମସ୍ତ ସମସ୍ୟା ଉପରେ କେନ୍ଦ୍ରୀୟ ସରକାରଙ୍କ ବିତ୍ତ ମନ୍ତ୍ରଣାଳୟ ସହିତ କଥାବାର୍ତ୍ତା କରି ନିଶ୍ଚିତ ଭାବେ ଉଚିତ୍‌ ପଦକ୍ଷେପ ନେବେ ଓ ସଦାସର୍ବଦା ସମସ୍ୟା ସମାଧାନ ପର୍ଯ୍ୟନ୍ତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ସହିତ ଜଡିତ ରହିବେ ବୋଲି ପ୍ରତିଶୃତି ଦେଇଥିଲେ । ବଲାଙ୍ଗିର ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ ବିଭିନ୍ନ ଦାବୀ ଗୁଡିକ କିପରି ଭାବରେ ସଫଳ ରୂପାୟନ ହେବ ଏବଂ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନଙ୍କର ସମସ୍ୟା ସହିତ ସବୁବେଳେ ଜଡିତ ରହିଛନ୍ତି ଓ ଭବିଷ୍ୟତରେ ମଧ୍ୟ ସମସ୍ତ କାର୍ଯ୍ୟପନ୍ଥା ସହିତ ଜଡିତ ରହିବେ ବୋଲି ବଲାଙ୍ଗିର ଏକ୍ସନ କମିଟି ତରଫରୁ ପ୍ରତିଶୃତି ଦେଇଥିଲେ । ବଲାଙ୍ଗିରର ବିଭିନ୍ନ ଟ୍ରେଡ ୟୁନିୟନର ଆବାହକ ତଥା କୋସଲବାଦୀ ନେତା ବିଭୁଦତ୍ତ ମିଶ୍ର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ଓ ସମସ୍ତ ସଭ୍ୟ ଏକତା ଏବଂ ସାଂଗଠନିକ ସଂଗଠନ ଉପରେ ବିଶ୍ୱାସ ରଖି ଆଗକୁ ଚାଲିବା ପାଇଁ ଆହ୍ୱାନ ଦେଇଥିଲେ । ସମସ୍ତ ସମସ୍ୟାର ସମାଧାନରେ ଲଢେଇ ଏକମାତ୍ର ପନ୍ଥା ବୋଲି ମତପ୍ରକାଶ କରିଥିଲେ । ଶେଷରେ ସାଧାରଣ ସଂପାଦକ ପୁଲିନ ମିଶ୍ର ପୁଙ୍ଖାନୁପୁଙ୍ଖ ଭାବରେ ଅସ୍ଥାୟୀ କର୍ମଚାରୀମାନଙ୍କ ନିୟମିତ ଚାକିରି ଅନୁକମ୍ପା ଭିତ୍ତିକ ଚାକିରି ଉପରେ ଆଲୋକପାତ କରିଥିଲେ ଏବଂ ସମସ୍ତ ଅସ୍ଥାୟୀ କର୍ମଚାରୀମାନଙ୍କୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘର ପରିଚାଳନା ମଣ୍ଡଳୀକୁ ସେମାନଙ୍କର ପ୍ରତିନିଧି କେଉଁ ଭାବରେ ଆସିପାରିବେ ସେ ନେଇ ଏକ କମିିଟି ଗଠନ କରିଥିଲେ ଏବଂ ତାର ଆବାହକ ଓ ସହ-ଆବାହକଙ୍କୁ ପରିଚାଳନା ମଣ୍ଡଳୀ ସଭ୍ୟ ଭାବେ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ ।

yuvodaya
Leave A Reply

Your email address will not be published.