jsm

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଗଞ୍ଜାମ ଶାଖା ସମ୍ମିଳନୀ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଏଲାମା ମନ୍ଦିର ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର (ସି.ପି.ଆଇ) ପକ୍ଷରୁ ଗଞ୍ଜାମ ଶାଖା ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ମୋଚିରାମ ତରାଇ ଅଧ୍ୟକ୍ଷତାରେ ନିଜେ ଦଳୀୟ ଲାଲ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ । ବିଶ୍ଵନାଥ ବିଶ୍ୱାଳଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ପରିଷଦ ସଭ୍ୟ ସାଥୀ ନାରାୟଣ ରେଡି ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟର ଜନ ମାରଣ ନୀତି ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ସମସ୍ତ ସାଥୀଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲାର ସହ ସମ୍ପାଦକ ନୀଳକଣ୍ଠ ଦାସ, ପାର୍ଟିର ସଂଗଠନ ବୃଦ୍ଧି ଉପରେ ଆଲୋକପାତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମ୍ୟୁନିଷ୍ଟ ପାର୍ଟିର ଗଞ୍ଜାମ ଆଞ୍ଚଳିକ ସମ୍ପାଦକ ଦଣ୍ଡପାଣି ପାତ୍ର, ସହ ସମ୍ପାଦକ ବିଶ୍ୱନାଥ ବିଶ୍ୱାଳ, ଚମଖଣ୍ଡି ଆଞ୍ଚଳିକ ସମ୍ପାଦକ ଜନାର୍ଦ୍ଧନ ରେଡି, କାଉନସିଲର ନିରାକାର ବେହେରା, କୈଳାସ ଚନ୍ଦ୍ର ପଲାଇ ଯୋଗଦେଇ ପାର୍ଟିର ସମସ୍ୟା ଉପରେ ମତ ରଖିଥିବା ବେଳେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଳାଇ, ପୂର୍ଣ୍ଣଚନ୍ଦ୍ର ରଥ, ନାରାୟଣ ନାୟକ, ଶରତ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇଥିବା ବେଳେ ସୀମାଞ୍ଚଳ ପଲାଇ, ପ୍ରତାପ ବିଶ୍ୱାଳ, ଜୟକୃଷ୍ଣ ବାରିକ, ଅର୍ଜୁନ ଜେନା, ସୁଶାନ୍ତ ବାରିକ ସହଯୋଗ କରିଥିଲେ । ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ପୂର୍ଣ୍ଣ ଚନ୍ଦ୍ର ପଲାଇ(ସମ୍ପାଦକ) ସହ ସମ୍ପାଦକ ଭାବେ ପ୍ରତାପ ବିଶ୍ୱାଳ ଓ ଜୟକୃଷ୍ଣ ବାରିକ ଚୟନ କରାଯାଇଥିଲା ।

yuvodaya
Leave A Reply

Your email address will not be published.