ସମ୍ବିଧାନ ବଞ୍ଚାଅ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଦେଶରେ ବିଭିନ୍ନ ଅଞ୍ଚଳରେ ସମ୍ବିଧାନ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ନଫରତ ଛାଡ ସମ୍ବିଧାନ ବଞ୍ଚା ଅଭିଯାନ କରାଯାଇଛି । ଜନଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟ କମିଟି ଓ ଖପ୍ରାଖୋଲର ଜିନ୍ଦାବାଦ ସଂଗଠନ ଆନୁକୂଲ୍ୟରେ ଗତ ୪ଦିନ ହେଲା ଐତିହ୍ୟ ପୀଠ ହରିଶଙ୍କରଠାରୁ ପଦଯାତ୍ରା ଆରମ୍ଭ ହୋଇ ଦୀର୍ଘ ୮୫କିମି ରାସ୍ତା ଅତିକ୍ରମ କରି ଆଜି ବଲାଙ୍ଗିରରେ ପହଞ୍ଚିଥିଲା । ଆଜି ସଦରବ୍ଲକର ଝାଙ୍କରପାଲିଠାରୁ ସଂଗ୍ରାମୀ ମାନେ ପଦଯାତ୍ରାରେ ଆସି ବଲାଙ୍ଗିର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇ ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରାଯାଇଥିଲା । ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୭ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନରେ ଜିନ୍ଦାବାଦ ସଂଗଠନର ତ୍ରୀଲୋଚନ ପୁଞ୍ଜି, ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟିର ସୁଶୀଳ ଗୁରୁ, ଇଂ.ହିତେଶ ସାହୁ, ଆଦିବାସୀନେତା ପ୍ରେମରାଜ ବରିହା, ଭିଲେଜର୍ସ ଇଣ୍ଡିଆ ପାର୍ଟିର ଡ.ବିପିନ କୁସଲିଆ, ନେତାଜୀ ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀନାରା ପଟ୍ଟନାୟକ, ଜଗନ୍ନାଥ ମାହାଣା, ସୂଚନାଅଧିକାର କର୍ମୀ ନୀଲମଣୀ ଯୋଷୀ, ଗୋପବନ୍ଧୁ ଛତ୍ରିଆ, କୋସଲବାଦୀ ନେତା ପ୍ରଭୁଦତ୍ତ ମିଶ୍ର, ରବି ମିଶ୍ର, ରଣରାଜ ସିଂଦେଓ, ଜୟକିଷାନ ଆନ୍ଦୋଳନର କୃଷକନେତା ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଦଳିତନେତା ଦ୍ରୋଣ କୁମ୍ଭାର, ଜିନ୍ଦାବାଦ ସଂଗଠନର ନାରୀନେତ୍ରୀ ସେବିକା ରାଜହଂସ, ଚନ୍ଦ୍ରକାନ୍ତି ସେଠ, ଅର୍ଣ୍ଣପୂର୍ଣ୍ଣା ମହାଲିଙ୍ଗ, ଗିତାଞ୍ଜଳି ବୁଡେକ ପ୍ରମୁଖଙ୍କ ସହିତ ଶତାଧିକ ସଂଗ୍ରାମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

two × two =