om academy

ଗଞ୍ଜାମ ବ୍ଲକସ୍ତରୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ବର୍ଦ୍ଧନା ଉତ୍ସବ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହରସ୍ଥିତ ଗାୟତ୍ରୀ ମନ୍ଦିର ପ୍ରଜ୍ଞା ଭବନ ପରିସରରେ ଗଞ୍ଜାମ ବ୍ଲକସ୍ତରୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମର୍ଦ୍ଧନା ଉତ୍ସାବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ୮୦ ବର୍ଷରୁ ଅଧିକ ତିନି ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ମଞ୍ଚାସୀନ ବ୍ୟକ୍ତିମାନଙ୍କ ଦ୍ୱାରା ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବେଦ ମନ୍ତ୍ର ଗୋକୁଳ ଚନ୍ଦ୍ର ନାହାକ ଦେଇଥିବା ବେଳେ ରମ୍ଭା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂଗୀତ ପରିବେଷଣ ହୋଇଥିଲା । ବରିଷ୍ଟ ଶିକ୍ଷାବିତ ବାନାମ୍ବର ପଲାଇଙ୍କ ସଭାପତିତ୍ୱରେ ସଭା ପରିଚାଳିତ ହୋଇଥିଲା । ମୁଖ୍ୟବକ୍ତା ଶିକ୍ଷାବିତ ତଥା ସ୍ତମ୍ଭକାର ହୟଗ୍ରୀବ ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ଆହୁତି ବରାଳ ଅଧକ୍ଷା ଡ଼ିଆଇଇଟି ଖଲ୍ଲିକୋଟ, ଗଞ୍ଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ଆଇଏସ୍‌ଆର୍‌ଡ଼ି ସ୍ବେଛାସେବୀ ଅନୁଷ୍ଠାନ ନିର୍ଦେଶକ ସୁଧିର ସାବତ, ପୂର୍ବତନ ବିଧାୟକ ଆଦିକନ୍ଦ ସେଠି, ମହେଶ୍ୱର ବରାଡ଼ ସାମାଜସେବୀ ଓ ଅବସରପ୍ରାପ୍ତ ଶିକ୍ଷକ ସଂଘ ସମ୍ପାଦକ ରମେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଭିଭାଷଣ ମାଧ୍ୟମରେ ମଞ୍ଚାସିନ ବ୍ୟକ୍ତିମାନେ ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ଶ୍ରମିକମାନଙ୍କ ସମସ୍ୟା ବୁଝିବା, ଅହିଂସା ଉପାୟରେ ଦେଶ ସ୍ୱାଧୀନ ହେବା, ରାଜ୍ୟସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା, ଅବସରପ୍ରାପ୍ତ କର୍ମଚାରୀଙ୍କ ଦୀର୍ଘାୟୁ କାମନା, ସମାଜର ମଙ୍ଗଳ କାମନା ସମେତ ଅନେକ ଆଧ୍ୟାତ୍ମିକ ବିଷୟ ବସ୍ତୁ ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା । ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ୱର୍ଦ୍ଧିତ ଅବସରରପ୍ରାପ୍ତ ଶିକ୍ଷକମାନେ ହେଲେ ଶଶିଭୂଷଣ ତରାଇ, ବ୍ରଜଭୂଷଣ ଦାଶ, ଡମ୍ବରୁଧର ବେହେରା । ଏଥିରେ ଦୁଇ ଶହରୁ ଅଧିକ ଅବସରପ୍ରାପ୍ତ କର୍ମଚାରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଭଗବାନ ଦାଶ, ରାମ ଚନ୍ଦ୍ର ବାଡ଼ତ୍ୟା, ଉମେଶ ଚନ୍ଦ୍ର ମହାନ୍ତି, ଉମାକାନ୍ତ ସାହୁ, ଆନନ୍ଦ ସାହୁ, ପଞ୍ଚାନନ ଖଟୁଆ, ଲମ୍ବୋଧର ମହାନ୍ତି ଓ ଗାୟତ୍ରୀ ପରିବାର । ପରିଶେଷରେ ଅବସରପ୍ରାପ୍ତ ତଥା ରମ୍ଭା ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.